ସୈଫ୍ ଓ କରିନାଙ୍କ ଫଟୋ ଶେୟାର କରି କାହିଁକି ଟ୍ରୋଲ୍ ହେଲେ ଶତୃଘ୍ନ…

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ପରିଶେଷରେ ମୁମ୍ବାଇ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସୈଫଙ୍କ ଉପରେ ଆକ୍ରମଣ ପରେ ଅନେକ ଲୋକ ସୋସିଆଲ ମିଡିଆରେ ସମର୍ଥନ ଜଣାଉଥିବା ନଜର ଆସିଛି।

ଏହାରି ମଧ୍ୟରେ କିମ୍ବଦନ୍ତୀ ଅଭିନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି। କିନ୍ତୁ ସମର୍ଥନ କରିବାକୁ ଯାଇ ଶତ୍ରୁଘ୍ନଙ୍କୁ ଟ୍ରୋଲର ଶିକାର ହୋଇଛନ୍ତି।

ଶତ୍ରୁଘ୍ନ ସିହ୍ନା, କରିନା ଓ ସୈଫଙ୍କ ଏଆଇ ଦ୍ବାରା ନିର୍ମିତ ଏକ ଫଟୋ ପୋଷ୍ଟ କରି କହିଥିଲେ, “ଏହା ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଯେ ଆମର ଅତି ନିକଟତମ ଏବଂ ପ୍ରିୟ ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ସେ ଗୁରୁତର ଆହତ ହୋଇଛନ୍ତି।” ଭଗବାନଙ୍କୁ ବହୁତ ଧନ୍ୟବାଦ। ସେ ଏବେ ସୁସ୍ଥ ଅଛନ୍ତି। କରୀନା କପୁର ଖାନ ଏବଂ ପରିବାର ପ୍ରତି ସମବେଦନା ଜଣାଇଥିଲେ। ମୁଁ ଏକ ନିବେଦନ କରିବାକୁ ଚାହୁଁଛି ଯେ ଦୟାକରି ବ୍ଲେମ୍ ଗେମ୍ ବନ୍ଦ କରନ୍ତୁ। ପୋଲିସ ଭଲ କାମ କରୁଛି।”

Leave A Reply

Your email address will not be published.