ଆରବିଆଇର ନୂଆ ଗାଇଡଲାଇନ୍, ଏହି ଦୁଇ ନଂରୁ ଆସିବ ବ୍ୟାଙ୍କିଂ କଲ୍…

ନୂଆଦିଲ୍ଲୀ: ଅନଲାଇନ୍ ଠକେଇ ଏବଂ ସାଇବର ଅପରାଧକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୂଆ ଗାଇଡଲାଇନ୍ ଜାରି କରିଛି। ଫଳରେ ଲୋକମାନେ ଫେକ୍ ନମ୍ବରରୁ ଆସୁଥିବା କଲ୍ ଗୁଡିକୁ ଜାଣିପାରିବେ।

ସୂଚନା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ମାର୍କେଟିଂ ଏବଂ ବ୍ୟାଙ୍କିଂ ସମ୍ବନ୍ଧୀୟ କଲ୍ ପାଇଁ ଦୁଇଟି ନୂଆ ସିରିଜ୍ ଘୋଷଣା କରିଛି। କେବଳ ଏହି ଦୁଇଟି ନମ୍ବରରୁ ଆପଣଙ୍କ ମୋବାଇଲ୍ ନମ୍ବରକୁ ମାର୍କେଟିଂ ଏବଂ ବ୍ୟାଙ୍କିଂ କଲ୍ ଆସିବ। ଏହି ଦୁଇଟି ସିରିଜ୍ ବ୍ୟତୀତ ଅନ୍ୟ ଯେକୌଣସି ନମ୍ବରରୁ ଆସୁଥିବା କଲ୍ ନକଲି ହେବ ବୋଲି କୁହାଯାଇଛି।

ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ କାରବାର ସମ୍ବନ୍ଧୀୟ କଲ୍ କରିବା ପାଇଁ କେବଳ ୧୬୦୦ରୁ ଆରମ୍ଭ ହେଉଥିବା ସିରିଜ୍ ବ୍ୟବହାର କରିବେ। ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ କଲ୍ କରିବା ପାଇଁ ଏହି ସିରିଜ୍ ବ୍ୟତୀତ ଅନ୍ୟ କୌଣସି ନମ୍ବର ସିରିଜ୍ ବ୍ୟବହାର କରିପାରିବେ ନାହିଁ ବୋଲି ଗାଇଡଲାଇନରେ ସ୍ପଷ୍ଟ କରିଛି ଆରବିଆଇ।

Leave A Reply

Your email address will not be published.