ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଚାଲିଗଲା ହାତୀ ଛୁଆର ଜୀବନ । ଗତ ୬ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇଥିବା ଏହି ଛୁଆ ହାତକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ନନ୍ଦନକାନନର ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି । ହାତୀର ବୟସ ୫ ରୁ ୬ ବର୍ଷ ହେବ।
ସୂଚନାଥାଉକି,କରଞ୍ଜିଆରୁ ଉଦ୍ଧାର ହୋଇଥିଲା ହାତୀ ଛୁଆ । ଖାଦାନରେ ପଡ଼ିଯିବା ଫଳରେ ତା’ର ଅଣ୍ଟାରେ ଆଘାତ ଲାଗିଥିଲ।। ଚଳିତ ମାସ ୬ ତାରିଖରେ ଚିକିତ୍ସା ପାଇଁ କରଞ୍ଜିଆରୁ ନନ୍ଦନକାନନ ଆସିଥିଲା ।
ହାତୀ ଶାଳର ଏକ ସ୍ଵତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆଟିକୁ ରଖାଯାଇ ଚିକିତ୍ସା କରାଯାଉଥିଲା ।