ମୁମ୍ବାଇ: ମହାରାଷ୍ଟ୍ରରେ ବଡ ବିସ୍ଫୋରଣ । ଆଜି ମହାରାଷ୍ଟ୍ର ଜବାହାର ନଗର ଭଣ୍ଡାରାରେ ଏକ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଯେଉଁଥିରେ ଅନେକ ଶ୍ରମିକ ଭିତରେ ଫସିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ଏବଂ ୭ଜଣ ଗୁରୁତର ଆହତ ହୋଇଛନ୍ତି ।
କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ପାଖାପାଖି ୧୦ରୁ ୧୨ ଜଣ ଲୋକ ବିସ୍ଫୋରଣ ସମୟରେ ଭିତରେ ଫସିରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାଥମିକ ଭାବେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । କାରଖାନାରେ ବିସ୍ଫୋରଣ ଫଳରେ ଏକ ଛାତ ଭୁଶୁଡ଼ି ପଡ଼ିଛି । ଘଟଣାର ଘଟିବା ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଛି, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ଛାତ ଭୁଶୁଡି ପଡିଥିବାରୁ ଅନେକ ଏହା ତଳେ ଚାପି ହୋଇ ମୃତାହତ ସଂଖ୍ୟ ବୃଦ୍ଧି ନେଇ ଆଶଙ୍କା ରହିଛି । ବର୍ତ୍ତମାନ ସୁଦ୍ଧା, ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୭ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।