ନୂଆଦିଲ୍ଲୀ: ଭାରତର କେତେଜଣ କ୍ରିକେଟରଙ୍କ ବିବାହ ବିଚ୍ଛେଦ ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ୟୁଜଭେନ୍ଦ୍ର ଚହଲ-ଧନଶ୍ରୀ , ମନୀଷ ପାଣ୍ଡେ-ଆଶ୍ରିତାଙ୍କ ପରେ ଏବେ ଏହି ତାଲିକାରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଯୋଡି ହୋଇଛନ୍ତି । ଏହି ଖବର ପ୍ରକୃତ ସତ୍ୟତା କଣ ତାହା ମଧ୍ୟ ପୃଷ୍ଟ ି ହୋଇପାରି ନାହିଁ । ୨୦ ବର୍ଷ ପରେ ସେହ୍ୱାଗ ଓ ଆରତୀ ଅଲଗା ହେବାକୁ ଯାଉଛନ୍ତି ବୋଲି ହିନ୍ଦୁସ୍ତାନ ଟାଇମ୍ସରେ ଖବର ପ୍ରକାଶ ପାଇଛି ।
ଏବେ ଏହି ଦୁଇଜଣଙ୍କୁ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଛନ୍ତି । ଉଭୟ ବେଶ କିଛି ଦିନ ହେବ ପରସ୍ପରଠାରୁ ଅଲଗା ହୋଇ ରହୁଛନ୍ତି ।
ସେହ୍ୱାଗ ଓ ଆରତୀଙ୍କ ଦୁଇ ପୁଅ ଅଛନ୍ତି । ସେମାନଙ୍କ ନାମ ଆର୍ଯ୍ୟବୀର ଓ ବେଦାନ୍ତ । ଦୀପାବଳୀ ସେଲିବ୍ରେଶନ ସମୟରେ ସେହ୍ୱାଗ ପୁଅ ଓ ମାଆଙ୍କ ଫଟୋ ଶେୟାର କରିଥିବା ବେଳେ ଆରତୀ ସେଥିରେ ନ ଥିଲେ । ତେବେ ସେହ୍ୱାଗ ଏ ସମ୍ପର୍କରେ କିଛି ବୟାନ ଦେଇ ନାହାନ୍ତି । ଉଭୟଙ୍କ ପ୍ରେମ କାହାଣୀ ୨୦୦୦ରେ ଆରମ୍ଭ ହୋଇଥିଲା । ୨୦୦୪ରେ ଉଭୟ ପୂର୍ବ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘରେ ବିବାହ କରିଥିଲେ । ଏହି ଯୋଡି କ୍ରିକେଟ ମହଲରେ ବେଶ ଆଦୃତ ଥିଲେ । ଆରତୀ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଛନ୍ତି । ଉଭୟଙ୍କ ବିବାଦର କାରଣ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ ।