ସିସିଟିଭିରେ ଥିବା ବ୍ୟକ୍ତି ମୋ ପୁଅ ନୁହେଁ; ସୈଫଙ୍କ ଆକ୍ରମଣକାରୀଙ୍କ ବାପା

ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି।  ଗିରଫ ଅଭିଯୁକ୍ତ ଶାହଜାଦର ବାପା କହିଛନ୍ତି ଯେ ତାଙ୍କ ପୁଅ ଅଭିଯୁକ୍ତ ନୁହନ୍ତି।

ଶାହଜାଦଙ୍କ ପିତାଙ୍କ ନାମ ରୁହୈଲ ଅମିନ ଫକିର। ସେ କହିଛନ୍ତି ଯେ ସୈଫଙ୍କ ଉପରେ ହୋଇଥିବା ଆକ୍ରମଣରେ ସିସିଟିଭିରେ ଦେଖାଯାଉଥିବା ବ୍ୟକ୍ତିଜଣକ ତାଙ୍କ ପୁଅ ନୁହଁନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ ସିସିଟିଭିରେ ଦେଖାଯାଇଥିବା ଫଟୋକୁ ମୁଁ ଓ ମୋ ପରିବାର ଲୋକ ଅନେକ ଥର ଦେଖିସାରିଛୁ। ସିଡ଼ିରେ ଯେଉଁ ବ୍ୟକ୍ତିଜଣକ ଦିଶୁଛନ୍ତି ସେ  ମୋ ପୁଅ ନୁହଁନ୍ତି।କାରଣ ବ୍ୟକ୍ତି ଜଣକର ଉଚ୍ଚତା ଏବଂ ଶରୀର ମୋ ପୁଅ ପରି ଆଦୌ ନୁହେଁ।

ଅପରପକ୍ଷରେ ଭାରତ ବହୁତ ବଡ ଦେଶ। ଯେଉଁଠାରେ ଜଣକର ମୁହଁ ଅନ୍ୟ କାହା ସହିତ ମିଶିବାର ସମ୍ଭାବନା ବହୁତ ଅଧିକ ରହିଥାଏ। ତେବେ ସିସିଟିଭିରେ ଦେଖାଯାଇଥିବା ଫଟୋ ଓ ମୋ ପୁଅ ମଧ୍ୟରେ ବହୁତ ପାର୍ଥକ୍ଯ ରହିଛି। ପୋଲିସ ଭୁଲବଶତଃ ମୋ ପୁଅକୁ ଗିରଫ କରି ନେଇଯାଇଛି।

Leave A Reply

Your email address will not be published.