ଉପ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା। ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ। ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ତିନୋଟି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ତେବେ ଆଗାମୀ ଦିନରେ ଶୁଣ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଋଣ କେମିତି ନେଇପାରିବେ ଏହି କାର୍ଯ୍ୟକ୍ରମ ଜରିଆରେ କିଛି ସନ୍ଦେହ ଥିଲେ ବିଭାଗକୁ ପଚାରି ପାରିବେ ଏବଂ ଯୋଗାଯୋଗ କରିପାରିବେ।

କୁହ ସୁଭଦ୍ରା, ଯେଉଁଥିରେ କି ବିଭାଗ ହିତାଧିକାରୀଙ୍କୁ କଲ୍ କରି ସୁବିଧା ଅସୁବିଧା ପଚାରି ବୁଝୁଛି। ଶେଷରେ ସୁଭଦ୍ରା ସେତୁ, ଏହା ଦ୍ବାରା ୨୧ ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିବା । ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ମିଳିବ ଟଙ୍କା ।

ଉପମୁଖ୍ୟମନ୍ତ୍ରୀ କହିଲେ ଅନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ଅଛନ୍ତି। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାଁନ୍ତି। ସେମାନେ ଜଲଦି ଆବେଦନ କରନ୍ତୁ ସରକାର ତାଙ୍କୁ ବି ସୁଭଦ୍ରା ଟଙ୍କା ଦେବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.