ରାଜ୍ୟରେ ଲଗାଣ ବର୍ଷା ଜାରି, ଟପିଲା ବଂଶଧାରା

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀର ଜଳ ସ୍ତର ବଢିବାରେ ଲାଗିଛି। ଏହାରି ମଧ୍ୟରେ ଗଜପତି କାଶୀନଗର ଠାରେ ବିପଦ ସଂଙ୍କେତ ଟପିଛି ବଂଶଦାରା। ବିପଦ ସଂଙ୍କେତ ୫୪.୬୦ ମିଟର ଥିବା ବେଳେ, ଜଳ ସ୍ତର ୫୪.୯୦ ମିଟର ରହିଛି। ଶ୍ରୀକାକୁଲମରେ ଥିବା ଗୋଟା ବ୍ୟାରେଜର ୧୭ଟି ଗେଟ୍ ଆନ୍ଧ୍ର ଖୋଲିଲା ପରେ ଜଳସ୍ତର ବୃଦ୍ଧି ପାଇଛି। ସେହିଭଳି ଲଗାତାର ବର୍ଷା ପରେ ସୋନପୁର ଜିଲ୍ଲାର ବିରମହାରାଜପୁରରେ ବନ୍ୟା ପରି ପରିସ୍ଥିତି ଦେଖା ଦେଇଛି। ଅତ୍ୟଧିକ ଜଳ ନିଷ୍କାସନ ପାଇଁ ହରିହରଜୋର ଡ୍ୟାମର ନଅ ଫାଟକ ମଧ୍ୟରୁ ୬ ଟି ଖୋଲିବା ପରେ ଅନେକ ଗାଁରେ ବନ୍ୟା ଜଳ ପ୍ରବେଶ କରିବାର ଆଶଙ୍କା ରହିଛି।

ସେହିପରି ବର୍ଷାରେ ତେଲକୋଇ ବେହାଲ ହୋଇଛି। ସମାକୋଇ ପୋଲ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ। ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ। ତେଲକୋଇ-ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ। ଗତକାଲି ଅପରାହ୍ନରେ ବର୍ଷା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ୧୭୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡ଼ିମଟର ଅଟକି ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇଛି। ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି।

Leave A Reply

Your email address will not be published.