ସୁରକ୍ଷା ଉପରେ ପ୍ରଶ୍ନ ଉଠାଇବାରୁ ସୁବ୍ରମଣ୍ୟନ୍ ସ୍ବାମୀଙ୍କୁ କଙ୍ଗନାଙ୍କ ଜବାବ

ମୁମ୍ବାଇ: କିଛି ମାସ ତଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିଲା। ମୁମ୍ବାଇରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିଥିଲେ କେନ୍ଦ୍ର ସରକାର। ତାଙ୍କୁ ଏହି ସୁରକ୍ଷା ମିଳିବା ପରେ ଅଭିନେତ୍ରୀଙ୍କୁ ସମାଲୋଚନା କରିଥିଲେ ପୂର୍ବ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟନ୍ ସ୍ବାମୀ। ଏବେ ତାଙ୍କୁ ଜବାବ ଦେଇଛନ୍ତି କଙ୍ଗନା।

ଜଣେ ଟ୍ବିଟର ବ୍ୟବହାରକାରୀ ଏକ ପାର୍ଟିରେ କଙ୍ଗନା ରାଣାୱତ ନାଚୁଥିବାର ଏକ ଭିଡିଓ ସେୟାର କରିଥିଲେ। ଭିଡିଓ ସହ ସେ ଲେଖିଥିଲେ, ‘‘ଅଭିନେତ୍ରୀ ଏବେ କେଉଁଠାରେ ଅଛନ୍ତି, ତାଙ୍କ ବିଷୟରେ କୌଣସି ଖବର ଶୁଣିବାକୁ ମିଳୁନାହିଁ। ୨୦୧୪ ପରେ ସେ ଏବେ ବି ଭାରତର ସ୍ବାଧୀନତା ପାଳନ କରୁଛନ୍ତି କି?’’ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏହି ଟୁଇଟରେ ସୁବ୍ରମଣ୍ୟନ୍ ସ୍ବାମୀ ପ୍ରତିକ୍ରିୟା ଦେଇ ଲେଖିଥିଲେ ଯେ, “ଏସପିଜିକୁ ଏହା ଜଣା। ସେମାନେ ତାଙ୍କର ଗତିବିଧିକୁ ଟିପି ରଖୁଛନ୍ତି। ବଲିଉଡ ତାରକାଙ୍କ ଉପରେ ନଜର ରଖିବା ଏସପିଜିର କାମ ହେବା ଉଚିତ ନୁହେଁ। ତେଣୁ ତାଙ୍କୁ ସ୍ବତନ୍ତ୍ର ଭାବରେ ଉଚ୍ଚସ୍ତରର ସୁରକ୍ଷା ଦିଆଯାଇଛି। ”

Leave A Reply

Your email address will not be published.