ଉଦିତଙ୍କ ଭିଡିଓ ଭାଇରାଲ ପରେ ଆଦିତ୍ୟଙ୍କୁ କରାଯାଉଛି ଟ୍ରୋଲ

ମୁମ୍ବାଇ: ଭାଇରାଲ ହେଉଛି ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ କିସିଙ୍ଗ ଭିଡିଓ । ଏକ ଶୋ’ ସମୟରେ ଜଣେ ଫ୍ୟାନ୍ସଙ୍କୁ କିସ୍ କରିବାକୁ ନେଇ ଏବେ ଚର୍ଚ୍ଚାରେ ଉଦିତ୍ । କିନ୍ତୁ ବାପାଙ୍କ ଏଭଳି କାମ ପାଇଁ ଏବେ ଟ୍ରୋଲର ଶିକାର ହେଉଛନ୍ତି ପୁଅ ଆଦିତ୍ୟ ନାରାୟଣ । ଏଥିସହ କୁହାଯାଉଛି ଯେ ଆଦିତ୍ୟ କାଳେ ଜଣେ ଝିଅଙ୍କଠାରୁ ମାଡ଼ ମଧ୍ୟ ଖାଇଛନ୍ତି । ସେଥିପାଇଁ ମଧ୍ୟ ଏବେ ସେ ଟ୍ରୋଲ ହେଉଛନ୍ତି । ତେବେ ଆଦିତ୍ୟ ମାଡ ଖାଇବା ଘଟଣା ଏବେକାର ନୁହେଁ । ଏହି ଘଟଣାଟି ୨୦୧୧ ମସିହାର । ଏକ ପବରେ ଆଦିତ୍ୟ ମଦ୍ୟପାନ କରି ଜଣେ ଯୁବତୀଙ୍କୁ କିଛି ଖରାପ କଥା କହିଥିଲେ । ଯେଉଁଥିପାଇଁ ଯୁବତୀ ଜଣକ ଆଦିତ୍ୟଙ୍କୁ ମାଡ଼ ମାରିଥିଲେ । ସେବେକାର ଆଦିତ୍ୟଙ୍କ ଏହି କାଣ୍ଡ ଏବଂ ଏବେ ବାପା ଉଦିତଙ୍କ ଏହି କାଣ୍ଡକୁ ଯୋଡି ଏବେ ଖୁବ୍ ଟ୍ରୋଲର ସାମ୍ନା କରଛନ୍ତି ବାପ-ପୁଅ ।

କହିରଖୁଛୁ ଯେ, ଏକ ଲାଇଭ କନସର୍ଟରେ ଜଣେ ମହିଳା ପ୍ରଶଂସକଙ୍କ ଓଠରେ ଚୁମ୍ୱନ କରି ଏବେ ହରଡ ଘଣାରେ ପଡିଛନ୍ତି ଭେଟରାନ ସିଙ୍ଗର ଉଦିତ୍ ନାରାୟଣ । କିନ୍ତୁ ବିବାଦ ଘନେଇବା ପରେ ଏହାକୁ ପ୍ରଶଂସକଙ୍କ ତାଙ୍କ ପ୍ରତି ଥିବା ପ୍ରେମ ଓ ପାଗଳପଣ ବୋଲି କହିଛନ୍ତି ଉଦିତ। ସାମାଜିକ ଗଣମାଧ୍ୟମରେ ଉଦିତଙ୍କ ଦୁଇଟି ଭିଡିଓ ଭାଇରାଲ ହେଉଛି । ପ୍ରଥମ ଟିରେ ଜଣେ ମହିଳା ଉଦିତଙ୍କ ସହ ସେଲଫି ନେବାପରେ ତାଙ୍କ ଗାଲରେ ଚୁମ୍ବନ ଦେବାକୁ ପ୍ରଚେଷ୍ଟା କରୁଥିଲେ। ମାତ୍ର ଉଦିତ ତାଙ୍କ ଓଠରେ ଚୁମ୍ବନ ଦେଇଥିଲେ। ସେହିପରି ଅନ୍ୟଏକ ଭିଡିଓରେ ଜଣେ ମହିଳା ପ୍ରଶଂସକ ଉଦିତଙ୍କୁ ଆଲିଘଂନ କରିବାକୁ ଚେଷ୍ଟା କରୁଥିବା ବେଳେ ଉଦିତ ତାଙ୍କୁ ମଧ୍ୟ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେଉଛି । ଏହି ଘଟଣାପରେ ବିଭିନ୍ନ ସାମାଜିକ ଗଣାମାଧ୍ୟମର ୟୁଜର୍ସ ମାନେ ଉଦିତଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ, ଚାରି ଦଶନ୍ଧିରୁ ଅଧିକ ସମୟ ଧରି ନିଜ କଣ୍ଠସ୍ୱରରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ଭେଟେରାନ ଗାୟକ ଉଦିତ ନାରାୟଣ । ନେପାଳ ରେଡିଓରୁ କ୍ୟାରିଅର ଆରମ୍ଭ କରିଥିବା ଉଦିତ ୧୯୮୦ ମସିହାରେ ପ୍ରଥମ ଥର ବଲିଉଡରେ ଡେବ୍ୟୁ କରିଥିଲେ । “ଉନ୍ନି-ବିଜ୍” ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡରେ ଏଣ୍ଟ୍ରୀ କରିଥିଲେ । କିନ୍ତୁ ତାଙ୍କର ପ୍ରକୃତ ପରିଚୟ ୧୯୮୮ ମସିହାରେ ଆସିଥିବା ଚଳଚ୍ଚିତ୍ର ‘କୟାମତ ସେ କୟାମତ ତକ୍’ ରୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ‘ପାପା କେହତେ ହେଁ’ ଏବଂ ‘ଆକେଲେ ହେଁ’ ଭଳି ଗୀତ ଗାଇ ଲୋକପ୍ରିୟ ହାସଲ କରିଥିଲେ ଉଦିତ । ତେବେ କେବଳ ବଲିଉଡ଼ ନୁହଁ ଓଲିଉଡରେ ମଧ୍ୟ ନିଜ କଣ୍ଠଯାଦୁ ଦେଖାଇଛନ୍ତି ଉଦିତ । ତେବେ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି, ଭାରତ ସରକାର ତାଙ୍କୁ ‘ପଦ୍ମ ଭୂଷଣ’ ପୁରସ୍କାରରେ ସମ୍ମାନିତ କରିଛନ୍ତି।

Leave A Reply

Your email address will not be published.