ଆଇଏସଏଲ: ଓଡିଶା ଏଫସି- ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ଡ୍ର

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଏକ ରୋମାଂଚକ ମୁକାବିଲା ଡ୍ରରେ ଶେଷ ହୋଇଛି । ଉଭୟ ଟିମ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଗୋଲ ପାଇଁ ଉଭୟ ଦଳ ୬୬ ମିନିଟ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ । ୬୬ତମ ମିନିଟରେ ମରକ୍କୋର ଫରୱାର୍ଡ ଆଲାଡିନ ଆଜାରେଇ ନର୍ଥଇଷ୍ଟ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ୭୮ତମ ମିନିଟରେ ଓଡିଶା ପକ୍ଷରୁ ଥୋଇବା ସିଂ ଗୋଲ କରି ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଥିଲେ ।

୮୩ତମ ମିିନିଟରେ ଆଲାଡିନ ପୂନର୍ବାର ନର୍ଥଇଷ୍ଟକୁ ୨-୧ ଗୋଲରେ ଅଗ୍ରଣୀ କରାଇ ଓଡିଶାକୁ ଚାପରେ ପକାଇଥିଲେ । ମ୍ୟାଚ ଶେଷ ହେବାକୁ ଆଉ ୩ ମିନିଟ ଖେଳ ବାକିଥିବା ବେଳେ ଡିଏଗୋ ମୌରିସିଓ ଓଡିଶାକୁ ଏକ ନିଶ୍ଚିତ ପରାଜୟରୁ ଉଦ୍ଧାର କରିଥିଲେ ।

ଡିଏଗୋ ଗୋଲ ବଳରେ ମ୍ୟାଚ ୨-୨ ସମାନ ସ୍ଥିତି ଆସିଥିଲା । ଓଡିଶା ଏଫସି ୧୮ ମ୍ୟାଚରୁ ୨୫ ପଂଏଟ ହାସଲ କରି ପଂଏଟ ଟେବୁଲରେ ୭ମ ସ୍ଥାନରେ ରହିଛି । ଫେବୃୟାରୀ ୬ରେ ଓଡିଶା ତାର ପରବର୍ତୀ ମ୍ୟାଚରେ ଗୋଆ ଏଫସିକୁ ଭେଟିବ ।

Leave A Reply

Your email address will not be published.