ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିରେନ ସିଂ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ନିକଟରେ ନିଜର ଇସ୍ତଫାପତ୍ର ଦାଖଲ କରିଛନ୍ତି।

ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ମୁଁ ଏନ୍ ବୀରେନ୍ ସିଂହ, ମଣିପୁରର ମୁଖ୍ୟମନ୍ତ୍ରୀ ପଦରୁ ମୋର ଇସ୍ତଫା ପ୍ରଦାନ କରୁଛି। ମଣିପୁରର ଲୋକଙ୍କ ସେବା କରିବା ମୋ ପାଇଁ ଏକ ସମ୍ମାନର କଥା। ମୁଁ କେନ୍ଦ୍ର ସରକାରଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ।

ଅପରରକ୍ଷରେ ଗତ ବର୍ଷ ଶେଷ ସମୟରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ରାଜ୍ୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପାଇଁ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଉ କହିଥିଲେ ଯେ, ପୂରା ବର୍ଷ ବହୁତ ଖରାପ ରହିଥିଲା। ୩ ମେ ୨୦୨୩ ଠାରୁ ଆଜି ପର୍ଯ୍ୟନ୍ତ ଯାହା ଘଟିଛି, ସେଥିପାଇଁ ମୁଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି। ହିଂସା ପାଇଁ ଅନେକ ଲୋକ ସେମାନଙ୍କର ପ୍ରିୟଜନଙ୍କୁ ହରାଇଲେ। ଅନେକ ଲୋକ ନିଜ ଘର ଛାଡି ପଳାୟନ କରିଛନ୍ତି। ଏଥିପାଇଁ ମୁଁ ଦୁଃଖିତ। ତେବେ ଗତ ୩-୪ ମାସର ଶାନ୍ତିପୂର୍ଣ୍ଣ ପରିସ୍ଥିତି ଦେଖି ମୁଁ ଆଶାବାଦୀ ଯେ ୨୦୨୫ ମସିହାରେ ରାଜ୍ୟରେ ସ୍ଥିକି ସ୍ୱାଭାବିକ ହେବ।

Leave A Reply

Your email address will not be published.