ଭୁବନେଶ୍ବର: ରାଜଧାନୀରେ ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରର ଡ୍ରେନ ପାଣିରେ ଭାସିଯାଇଥିବା ୮ ବର୍ଷର ନାବାଳଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଏସକେ ରାଜେଶ୍ । ସେ ଆଜି ୟୁନିଟ୍-୩ ମସଜିଦ କଲୋନୀ ପାଖ ଡ୍ରେନ୍ ପାଣି ସୁଅରେ ଭାସି ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଆଜି ଦ୍ବିପ୍ରହର ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନୀର କିଛି ପିଲା ମୁକୁଳା ଡ୍ରେନ୍ ପାଖରେ ଖେଳୁଥିଲେ । ଏହାପରେ ହଠାତ ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିରେ ନାବାଳକଟି ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସିଯାଇଥିଲା ।
ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପିଲାର ପତ୍ତା ମିଳିନଥିଲା । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ କରିବା ପରେ ପିଲାଟିକୁ ଓସ୍କାର ସିଟି ପାଖରୁ ଉଦ୍ଧାର କରାଯାଇଥିଲା ।