ଦିଲ୍ଲୀ ଭଳି ବଦଳିବ କି ବିହାର ସମୀକରଣ, ଏଭଳି କହିଲେ ଲାଲୁ…

ନୂଆଦିଲ୍ଲୀ: ଯେପର୍ଯ୍ୟନ୍ତ ଆମେ ବିହାରରେ ଅଛୁ, ସେପର୍ଯ୍ୟନ୍ତ ବିଜେପି ସରକାର ଗଠନ କରିପାରିବ ନାହିଁ। ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିଲା ଯେ ଦିଲ୍ଲୀରେ ଯେଭଳି ସତ୍ତା ପରିବର୍ତ୍ତନ ହେଲା ତାହାର ପ୍ରଭାବ ବିହାର ନିର୍ବାଚନ ଉପରେ ପଡିବ କି। ଏହାର ଉତ୍ତରରେ ଲାଲୁ ପ୍ରସାଦ ଯାଦବ ଉତ୍ତର ଦେଇଥିଲେ, ବିହାର ଲୋକମାନେ ଭାରତୀୟ ଜନତା ପାର୍ଟିକୁ ଚିହ୍ନି ସାରିଛନ୍ତି। ଯେପର୍ଯ୍ୟନ୍ତ ମୁଁ ଏଠାରେ ଅଛି, ସେପର୍ଯ୍ୟନ୍ତ ବିହାରରେ ବିଜେପି ସରକାର ଗଠନ କରିବାର କୌଣସି ସମ୍ଭାବନା ନାହିଁ। ଆମେ ଏଠାରେ ଅଛୁ କେହି ସହଜରେ ସରକାର ଗଠନ କରିପାରିବେନି। ବିହାରକୁ ବୁଝିବା ସହଜ ନୁହେଁ।

ଆରଜେଡି ସୁପ୍ରିମୋ ତାଙ୍କ ଦଳର ନିର୍ବାଚନୀ ପ୍ରତିଶ୍ରୁତିକୁ ଦୋହରାଇବା ସହ କହିଛନ୍ତି ଯେ ଯଦି ତାଙ୍କ ସରକାର ଗଠନ ହୁଏ। ତେବେ ବିହାରର ଲୋକମାନଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସରକାରୀ ଚାକିରି ସଂଖ୍ଯା ମଧ୍ୟ ବୃଦ୍ଧି ପାଇବ।

Leave A Reply

Your email address will not be published.