ଏହି ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ

ଭୁବନେଶ୍ୱର: ଆଗାମୀ ଫେବୃଆରୀ ୧୭ ଏବଂ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ ଅଧିବେଶନ) ବଳବତ୍ତର  ଥିବା ହେତୁ ଏହି ସୋମବାର ଗୁଡ଼ିକରେ ଭୁବନେଶ୍ଵର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବ ଘୋଷଣା ଅନୁସାରେ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପାଇଁ ସ୍ଥିର କରାଯାଇଥିଲା। ଏଥିନେଇ ପୂର୍ବରୁ ୧୦୦୦ ଲୋକଙ୍କୁ ଭେଟିବା ଲାଗି ବ୍ୟବସ୍ଥା କରାଯାଇଛି। ଭେଟିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ୍‍ ବ୍ୟବସ୍ଥା କରାଯାଇଛି। ପ୍ରତି ମାସରେ ୪ ଥର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଭେଟିବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଅନେକ କାର୍ଯ୍ୟ ବ୍ୟବସ୍ତତା ହେତୁ ମାସରେ ତିନିଥର ଏପରି କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ଏହିଭଳି ଆସନ୍ତା ସୋମବାରକୁ ଅଭିଯୋଗ ଶୁଣାଣିରୁ ବାଦ୍‍ ଦିଆଯାଇଛି।

Leave A Reply

Your email address will not be published.