ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ୨୬ ଯାଏଁ ମିଳିବନି ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ଯିବା ପାଇଁ ଦିଲ୍ଲୀର ରେଳ ଷ୍ଟେସନଗୁଡ଼ିକରେ ପ୍ରବଳ ଭିଡ଼ ପରିଲିକ୍ଷିତ ହେଉଛି। ନିକଟରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୨୦ରୁ ୨୫ ଜଣ ଆହତ ହୋଇଥିଲେ।

ସୂଚନା ଅନୁଯାୟୀ, ଏହି ଘଟଣା ପରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଫେବୃଆରୀ ୨୬ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅର୍ଥାତ୍ ମହାକୁମ୍ଭ ସରିବା ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି ରହିବ।

ସେହିପରି ଦିଲ୍ଲୀର ଅନ୍ୟ ରେଳ ଷ୍ଟେସନଗୁଡ଼ିକରେ ପ୍ଲାଟଫର୍ମ ଟିକେଟ୍ ବିକ୍ରି ସମ୍ପର୍କରେ ରେଳବାଇ ସୋମବାର ନିଷ୍ପତ୍ତି ନେବ। ରେଳ ଅଧିକାରୀଙ୍କ ଅନୁଯାୟୀ, ଯାତ୍ରୀମାନଙ୍କୁ ଛାଡ଼ିବା ପାଇଁ ସମ୍ପର୍କୀୟମାନେ ମଧ୍ୟ ସେମାନଙ୍କ ସହିତ ପ୍ଲାଟଫର୍ମକୁ ଆସିଥାନ୍ତି। ଯାହା ଫଳରେ ଭିଡ଼ ବୃଦ୍ଧି ପାଏ। ଦଳାଚକଟା ଦିନ ମଧ୍ୟ ବହୁ ସଂଖ୍ୟାରେ ଲୋକମାନେ ପରିବାର ସଦସ୍ୟଙ୍କୁ ଟ୍ରେନ୍‌ରେ ଚଢ଼ାଇବାକୁ ଆସିଥିଲେ। ପ୍ଲାଟଫର୍ମରେ ଯାତ୍ରୀଙ୍କ ସଂଖ୍ୟା ପୂର୍ବରୁ ଅଧିକ ଥିଲାବେଳେ ସମସ୍ୟା ଆହୁରି ବଢ଼ିଯାଇଥିଲା। ତେବେ ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ କରୁଛି।

ଅପରପକ୍ଷରେ ଏହି ନିର୍ଦ୍ଦେଶ ପରେ ଯଦି କୌଣସି ବ୍ୟକ୍ତି ପ୍ଲାଟଫର୍ମ ଟିକେଟ୍ ବିନା ତାଙ୍କ ସମ୍ପର୍କୀୟଙ୍କୁ ଟ୍ରେନରେ ଚଢ଼ାଇବାକୁ ଯାଆନ୍ତି ତେବେ ଧରାପଡ଼ିଲେ ତାଙ୍କ ଉପରେ ଜରିମାନା ମଧ୍ଯ ଲଗାଯିବ।

Leave A Reply

Your email address will not be published.