ମୁମ୍ବାଇ: ବିବାଦ କୁଇନ୍ କଙ୍ଗନା । ପାଟି ଖୋଲିଲେ ହିଁ ସେ ବିବାଦକୁ ନିମନ୍ତ୍ରଣ ଦିଅନ୍ତି । ବୋଦେ ବଲିଉଡ ଜବଗତରେ ଏମିତି କେହି ବି ମିଳିବେନି, ଯାହା ସହ କଙ୍ଗନାଙ୍କ ବିବାଦ ନଥିବ । ସେମିତି ୨୦୨୦ରୁ ବଲିଉଡ କୁଇନ୍ ତଥା ମଣ୍ଡି ସାଂସଦ କଙ୍ଗନା ରାଣାଓ୍ବତଙ୍କର ଗୀତିକାର ଜାଭେଦ୍ ଅଖତରଙ୍କ ସହ ବିବାଦ ଚାଲିଥିଲା । କଙ୍ଗନାଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜ୍ଜୁ କରିଥିଲେ ଜାଭେଦ୍ ।
ହେଲେ ଏବେ ଯାହା ଲାଗୁଛି ସବୁକିଛ ସମାଧାନ ହୋଇଯାଇଛି । କାରଣ ଏବେ ଦୁହେଁ ପରସ୍ପର ସହ ଫଟୋରେ ନଜର ଆସିଛନ୍ତି କଙ୍ଗନା ଏବଂ ଜାଭେଦ୍ । କଙ୍ଗନାଙ୍କ ଏହାକୁ ନେଇ ଏକ ନୂଆ ପୋଷ୍ଟ ଜାରି କରିଛନ୍ତି । ଯେଉଁଥିରେ, କଙ୍ଗନା ରାନାୱତ ଏବଂ ଜାଭେଦ୍ ଅଖତର ସେମାନଙ୍କର ଚାଲିଥିବା ମାନହାନି ମାମଲାକୁ ପାରସ୍ପରିକ ଭାବରେ ସମାଧାନ କରିଛନ୍ତି ବୋଲି ଲେଖିଛନ୍ତି କଙ୍ଗନା । ଯେଉଁଥିରେ, ଜାଭେଦ ଅଖତରଙ୍କ ସହିତ ନିଜର ଏକ ବିରଳ, ହସ ହସ ବାଲା ଫଟୋ ସେୟାର କରି, କଙ୍ଗନା ପ୍ରଶଂସକମାନଙ୍କୁ ଅପଡେଟ୍ କରିଛନ୍ତି ଯେ, ଆଜି ଜାଭେଦ ଜୀ ଏବଂ ମୁଁ ଆମର ଆଇନଗତ ମାମଲା (ମାନହାନି ମାମଲା) ସମାଧାନ କରିଛୁ, ମଧ୍ୟସ୍ଥତାରେ ଜାଭେଦ ଜୀ ବହୁତ ଦୟାଳୁ ହୋଇଛନ୍ତି, ସେ ମୋର ପରବର୍ତ୍ତୀ ନିର୍ଦ୍ଦେଶନା ପାଇଁ ଗୀତ ମଧ୍ୟ ଲେଖିବାକୁ ରାଜି ହୋଇଛନ୍ତି ।
ଯାହାକୁ ମିଛ ଅଭିଯୋଗ ବୋଲି କହି, ମାମଲାକୁ କୋର୍ଟକୁ ଟାଣିଥିଲେ ଜାଭେଦ ଅଖତର । କଙ୍ଗନାଙ୍କ ଦାବିକୁ ଅସ୍ୱୀକାର କରି ତାଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ କରିଥିଲେ ଏବଂ ଦାବି କରିଥିଲେ, କଙ୍ଗନା ସାକ୍ଷାତକାରରେ ଯାହା ବି କହିଛନ୍ତି, ତାହା ମିଛ ଏବଂ ମିଛ ବ୍ୟତୀତ ଆଉ କିଛି ନୁହେଁ ।