ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା । ଜୟ ଭୀମ ଛାତ୍ର ସଂଗଠନକୁ ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟାନ୍ୟ ଛାତ୍ର ସଂଗଠନର ବିରୋଧ । ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ । ଗତକାଲି ଜୟ ଭୀମ ସଂଗଠନ ଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଭିତରେ ବଚସା ହୋଇଥିଲା । ଆଜି ସମାଧାନ ପାଇଁ ପଚରାଉଚରା ବେଳେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ଗଣ୍ଡଗୋଳରେ ୮ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ମାଡ଼ ମାରିଥିବା ଜୟ ଭୀମ ସଂଗଠନ ଛାତ୍ରଙ୍କ ଗିରଫ ଦାବି କରିଛନ୍ତି ବିଶ୍ବବିଦ୍ୟାଳୟ ଛାତ୍ର ।