ଦୁବାଇ: ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆର ଅଧିନାୟକ ତଥା ସିନିୟର ଖେଳାଳି ଷ୍ଟିଭ ସ୍ମିଥ ଏହି ପରାଜୟ ପରେ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ୟାଟ କମିନ୍ସଙ୍କ ବଦଳରେ ସ୍ମିଥ ଦଳର ନେତୃତ୍ୱ ନେଉଥିଲେ । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ସ୍ମିଥଙ୍କ ଅବସର ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ୩୫ ବର୍ଷୀୟ ସ୍ମିଥ ଅଷ୍ଟ୍ରେଲିଆ ପକ୍ଷରୁ ୧୬୯ ଦିିନିକିଆ ମ୍ୟାଚ ଖେଳିଛନ୍ତି । ସେ ୪୩.୦୬ ଆଭରେଜରେ ୫୭୨୭ ରନ ସଂଗ୍ରହ କରିଛନ୍ତି । ସେ ୧୨ ଶତକ ଓ ୩୪ ଅର୍ଦ୍ଧଶତକ ମାରିଥିବା ବେଳେ ୧୬୪ ସର୍ବଶ୍ରେଷ୍ଠ ସ୍କୋର ରହିଛି ।