· ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ମାନର ଚିକିତ୍ସା ପାଇଁ ସଦା ପ୍ରତିଶ୍ରୁତି ବଦ୍ଧ ମୋଦୀ ସରକାର । ମୋଦୀ ସରକାର ଏହି ପ୍ରତିଶୃତି ପାଳନ ପାଇଁ ଆପ୍ରାଣ ଚେଷ୍ଟିତ ଓଡିଶା ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ । କେମିତି ନିଜ ମାଟିର ଜନତା ଗୁଣବତ୍ତା ସ୍ୱାସ୍ଥ୍ୟସେବା ପାଇବେ ସେଥି ପାଇଁ କରିଥିବା ପ୍ରଚେଷ୍ଟା ଆଜି ସଫଳ ରୂପାୟନ ହୋଇଛି ।
· ୨୦୧୫ ସେପ୍ଟେମ୍ବର ୦୩ ରେ ପ୍ରଥମେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ଦ୍ୱାରା ମେଡ଼ିକାଲ କଲେଜ୍ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟେଲଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
· ୨୦୧୯ ମାର୍ଚ୍ଚରେ ମେଡ଼ିକାଲ କଲେଜର ନୂତନ ଭବନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଉଦଘାଟିତ ହୋଇଥିଲା ।
· କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ବଳରେ ତାଳଚେର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ଦ୍ୱାରା ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ ୫୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଛି ।
· ମହନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ (ମିମସାର)ରେ ଏମସିଏଲ ତରଫରୁ ୧୦୦ ଏମବିବିଏସ ସିଟ୍ ଓ ୫୦୦ଟି ମେଡ଼ିକାଲ ଶଯ୍ୟା ସହ ସମସ୍ତ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି।
· କରୋନା ସମୟରେ ଏହି ଏମସିଏଲ ମେଡିକାଲ ଅନୁଗୁଳ ଏବଂ ଆଖପାଖ ଜିଲ୍ଲା ପାଇଁ ସଞ୍ଜିବନୀ ପାଲଟିଥିଲା।
· କୋଭିଡ଼ ରୋଗୀ ମାନଙ୍କ ଅହେତୁକ ବୃଦ୍ଧି ଦେଖି ତାଳଚେର ମେଡିକାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶିଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ।
· ୨୦୨୧ ମଇ ୧ରେ ଏହାକୁ କେନ୍ଦ୍ର ସରକାର କୋଭିଡ଼ ହସ୍ପିଟାଲରେ ପରିଣତ କରିଥିଲେ। ଯାହା ଫଳରେ ଅନୁଗୁଳ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳବାସୀ ଉପକୃତ ହୋଇଥିଲେ ।
· ଏମସିଏଲ ମେଡ଼ିକାଲ କଲେଜକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।
· ୨୦୨୨ ମାର୍ଚ୍ଚ ୯ ତାରିଖରେ କୋଇଲା ମନ୍ତ୍ରୀଙ୍କୁ ପତ୍ର ଲେଖି ଓଡିଶା ସରକାରଙ୍କୁ କଲେଜର ପରିଚାଳନା ଦାୟିତ୍ୱ ଦେବା ନେଇ ଅବଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
· ଏମସିଏଲ ତାଳଚେର ମେଡ଼ିକାଲ କଲେଜ ପାଇଁ ସବୁ ଖର୍ଚ୍ଚ ବହନ କରିବା ପାଇଁ ସହମତି ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର କେବଳ ପରିଚାଳନା ଦାୟିତ୍ୱ ନେବା ପାଇଁ ସହମତି ପ୍ରକାଶ କରିଥିଲେ ।
· ୨୦୨୨ ମଇ ୧୨ ତାରିଖରେ ରାଜ୍ୟ ସରକାର ଘୋଷଣା କଲେ ଏହାକୁ କାର୍ଯ୍ୟକ୍ଷମ ପାଇଁ ଏହାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରିବ ଓ ଏମସିଏଲ ଆର୍ଥିକ ସହାୟତା ଯୋଗାଇବ ।
· ଗତ ଜୁନ ୨୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ମେଡିକାଲ କଲେଜ ତ୍ଵରିତ କାର୍ଯ୍ୟକ୍ଷମ ପାଇଁ ଖୋଲା ସଭାରେ ପ୍ରଶ୍ନ କଲେ।
· ଚଳିତ ମାସ ୧୧ ତାରିଖରେ ରାଜ୍ୟ ସରକାର ପୁଣି ଥରେ ଘୋଷଣା କଲେ ଅକ୍ଟୋବର ମାସରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ।
ଆଜି ସମସ୍ତ ତାଳଚେରବାସୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଏମସିଏଲ ମେଡିକାଲ ଜମି ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଦେଲା କିନ୍ତୁ ଆପଣଙ୍କୁ ପରିଚାଳନା ଏବଂ କାର୍ଯ୍ୟକ୍ଷମ ପାଇଁ ଏତେ ଅସୁବିଧା କାହିଁକି ହେଉଛି । କଣ ଏହାର ଶ୍ରେୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯିବ ବୋଲି ଆପଣଙ୍କୁ ଡର ଲାଗୁଛି ନବୀନ ବାବୁ? ନା ଆପଣଙ୍କ ପର ତିଅଣରେ ଅତିଥି ଚର୍ଚ୍ଚା ଧରା ପଡିଯିବ ସେ ଭୟ ରହୁଛି?