ଆଗାମୀ ୨ ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ

 ରାଜ୍ୟବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ମିଳିଛି ଆଶ୍ୱସ୍ତି । ଆଜି ସକଳେ ଟ୍ୱିନ୍‌ ସିଟି ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଝିପିଟିପି ବର୍ଷା ଲାଗି ରହିଛି । ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ କରାଯାଇଛି । 

ଆଗାମୀ ୨ ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ସକାଶେ ଚେତାବନୀ ଦିଆଯାଇଛି । ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ତୀବ୍ର ( ୧ ରୁ ୨ ସେମି ଘଣ୍ଟା ପ୍ରତି ) ରୁ ଅତି ତୀବ୍ର (୨ ରୁ ୩ ସେମି) ବୃଷ୍ଟିପାତ ଲାଗିରହିଥିବାରୁ ଟ୍ରାଫିକ ଜନିତ ସମସ୍ୟା ଉପୁଜି ବାରେ ସମ୍ଭାବନା ରହିଛି, ତଳୁଆ ଅଂଚଳରେ ପାଣି ଜମିବ ତଥା ଅଣ୍ଡରପାସ ରୋଡ଼ରେ ପାଣିଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତ ରୁ ନିବୃତ ରହିବାକୁ ସୂଚନା ଦିଆଯାଇଛି ।

ଆଜି ସକାଳ ୮.୩୦ ସୁଦ୍ଧା ପାରାଦୀପ : ୧୦୫ ମିମି, ପୁରୀ : ୮୬.୬ ମିମି, ଢେଙ୍କାନାଳ: ୭୦ ମିମି, ନୟାଗଡ: ୪୩.୧ ମିମି,  କେନ୍ଦ୍ରାପଡା: ୨୨.୪ ମିମି,  ଭୁବନେଶ୍ୱର: ୧୪.୭ ମିମି, ଗୋପାଳପୁର: ୨.୧ ମିମି, ଚାନ୍ଦବାଲି : ୧୧.୯ ମିମି, ବାଲେଶ୍ୱର: ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି । 

ସେହିପରି ଫ୍ରାନ୍ସ ସିନେ ଅଧ୍ୟକ୍ଷ ଜେରାର୍ଡ ଲାର୍ଚରଙ୍କୁ ଚନ୍ଦନ କାଠରେ ନିର୍ମିତ ହାତୀ ଉପହାର ଦେଇଥିଲେ । ଏହି ହାତୀ ମୂର୍ତ୍ତି ସମ୍ପୂର୍ଣ୍ଣ ଚନ୍ଦନକାଠାରେ ତିଆରି ହୋଇଛି । ଭାରତୀୟ ସଂସ୍କୃତିରେ ଚନ୍ଦନର ସ୍ୱତନ୍ତ୍ର ମୂଲ୍ୟ ରହିଛି ।

Leave A Reply

Your email address will not be published.