ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ୧୦୦ତମ ଟେଷ୍ଟ ଖେଳିବା ପରେ ଅବସର ନେବାକୁ ଚାହୁଁଥିଲେ । ଏଥିପାଇଁ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ ମଧ୍ୟ କରିଥିଲେ । ତେବେ ଏହା ସମ୍ଭବପର ହୋଇ ନ ଥିଲା । ଇଂଲଣ୍ଡ ବିପକ୍ଷ ଧର୍ମଶାଳା ଟେଷ୍ଟରେ ଅଶ୍ୱୀନ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିଲେ । ସେ ଏହି ମ୍ୟାଚରେ ୯ଟି ୱିକେଟ ନେଇ ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ଗତ ବର୍ଷ ଡିସେମ୍ବରରେ ଅଶ୍ୱୀନ ହଠାତ ବର୍ଡର-ଗାଭାସ୍କର ଟ୍ରଫି ଚାଲିଥିବା ବେଳେ ଗାବାରେ ଅବସର ଘୋଷଣା କରିଥିଲେ ।