ରୋହିତଙ୍କୁ ଆଇପିଏଲରେ ନାକେଦମ କରନ୍ତି ଏହି ବୋଲର

ମୁମ୍ବାଇ: ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ପାଇଁ ରୋହିତ ଶର୍ମା ପ୍ରଶଂସକଙ୍କ ମହଲରେ ହିଟମ୍ୟାନ ଭାବେ ପରିଚିତ । ଆଇପିଏଲରେ ରୋହିତଙ୍କୁ ବ୍ୟାଟିଂକୁ କିଏ ବା ଭୁଲିପାରିବ । ତେବେ ରୋହିତ ଆଇପିଏଲରେ ଜଣେ ବୋଲର ନାକେଦମ କରିଥାନ୍ତି । ଏହି ବୋଲରଙ୍କ ନାମ ହେଲ ସୁନୀଲ ନାରିନ । ୱେଷ୍ଟଇଣ୍ଡିଜ ଏହି ପୂର୍ବତନ ସ୍ପିନର ଏବେ କୋଲକାତା ନାଇଟ ରାଇଡର୍ସର ମୂଖ୍ୟ ଅସ୍ତ୍ର ସାଜିଛନ୍ତି । ନାରିନ ଆଇପିଏଲରେ ଏ ପର୍ଯ୍ୟନ୍ତ ରୋହିତଙ୍କୁ ୮ ଥର ଆଉଟ କରିଛନ୍ତି । ୨୧ ଇନିଂସରେ ରୋହିତ ତାଙ୍କର ୧୩୪ ବଲ ଖେଳିଛନ୍ତି । ଏଥିରେ ୧୪୧ ରନ କରିଥିବା ବେଳେ ସର୍ବାଧିକ ଥର ଆଉଟ ହୋଇଛନ୍ତି ।

ହିଟମ୍ୟାନ ତାଙ୍କ ବିପକ୍ଷରେ ୨ଟି ଛକା ଓ ୧୬ଟି ଚୌକା ମାରିଛନ୍ତି । ସବୁଠାରୁ ମଜାର କଥା ହେଲା ରୋହିତଙ୍କ ଫେଭରାଇଟ ୱାଙ୍ଖେଡ ଷ୍ଟାଡିୟମରେ ନାରିନ ତାଙ୍କୁ ୫ ଥର ଆଉଟ କରିଛନ୍ତି । ନାରିନ ଆଇପିଏଲରେ ୧୭୭ ମ୍ୟାଚ ଖେଳି ୧୮୦ ୱିକେଟ ଅକ୍ତିଆର କରିଛନ୍ତି । ଅପରପକ୍ଷରେ ରୋହିତ ୨୫୭ ମ୍ୟାଚରେ ୬୬୨୮ ରନ କରିଛନ୍ତି । ଏଥିରେ ୪୩ ଅର୍ଦ୍ଧଶତକ ଓ ୨ଟି ଶତକ ମାରିଛନ୍ତି ।

Leave A Reply

Your email address will not be published.