ରେକର୍ଡ ଭାଙ୍ଗିଲା ସୁନା ଦର: ଟପିଯିବ ଲକ୍ଷେ!

ଭୁବନେଶ୍ୱର: ଆକାଶ ଛୁଆଁ ସୁନା ଦର। ଗତ କିଛି ଦିନ ମଧ୍ୟରେ ସୁନା ଦାମ୍‌ ରେକର୍ଡ ପରେ ରେକର୍ଡ ଭାଙ୍ଗିଛି। ମାର୍ଚ୍ଚ ୧୮ ଅର୍ଥାତ୍‌ ମଙ୍ଗଳବାର ସୁନା ଦାମ୍‌ ୯୦ ହଜାର ହୋଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି। ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା। ଅର୍ଥାତ୍‌ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୨,୫୦୦ ଟଙ୍କା ରହିଛି। ଗତକାଲି ଏହା ୮୨,୧୦୦ ଥିଲା । ଦିନକରେ ୪୦୦ ଟଙ୍କା ଏଥିରେ ବୃଦ୍ଧି ହୋଇଛି । ସେହିପରି ୧୮ କ୍ୟାରେଟ୍‌ ସୁନା ନାମ୍‌ ୧୦ ଗ୍ରାମ୍‌କୁ ୬୭,୫୦୦ ଟଙ୍କା ରହିଛି। ଗତକାଲି ଏହା ୬୭,୧୮୦ ଟଙ୍କା ଥିଲା। ଗୋଟିଏ ଦିନରେ ଏହା ୩୨୦ ଟଙ୍କା ବୃଦ୍ଧି ପାଇଛି ।

ଅନ୍ୟପଟେ ରୁପା କିଲୋ ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କା ହୋଇଛି। ଗତକାଲି ଏହା ୧୧,୧୯୦ ଟଙ୍କା ଥିଲା । ଏଥିରେ ମଧ୍ୟ ୧୧୦ ଟଙ୍କା ବୃଦ୍ଧି ହୋଇଛି ।

Leave A Reply

Your email address will not be published.