ଦିଲ୍ଲୀରେ କୋଭିଡ୍-୧୯ ନମୁନା ପରୀକ୍ଷା ଦେୟର ୫୦% ଛାଡ଼ କରିବାକୁ ଅମିତ ଶାହାଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନ ୧୧ଟା ବେଳେ ଦିଲ୍ଲୀରେ ନଭେଲ୍ କରୋନାଭାଇରସ୍ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବାକୁ ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ସମସ୍ତ ରାଜନୈତିକ ଦଳକୁ ନେଇ ସର୍ବଦଳୀୟ ବୈଠକ କରିଥିଲେ।

ଦିଲ୍ଲୀରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କରୋନାଭାଇରସ୍ ମହାମାରୀ ରୋକିବା ପଦକ୍ଷେପ ସମ୍ପର୍କରେ ଶାହା ଦିଲ୍ଲୀର ଚାରିଟି ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କୁ ଅବଗତ କରାଇ ଏ ସଂକ୍ରାନ୍ତରେ ସେମାନଙ୍କର ମତ ଲୋଡ଼ିଥିବା କଥା ଗୃହ ମନ୍ତ୍ରାଳୟ ଜଣେ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.