‘ରୋଟି-ବେଟି’ ବନ୍ଧନରେ ଆବଦ୍ଧ ଭାରତ-ନେପାଳ ସମ୍ପର୍କ ଅବିଚ୍ଛିନ୍ନ, ଅସାଧାରଣ: ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତ ଓ ନେପାଳ ସମ୍ପର୍କ ସାଧାରଣ ନୁହେଁ, ଆମେ ‘ରୋଟି-ବେଟି’ ବନ୍ଧନରେ ଆବଦ୍ଧ ହୋଇଥିବାରୁ ବିଶ୍ବର କୌଣସି ଶକ୍ତି ଏହାକୁ ଛିନ୍ନ କରି ପାରିବ ନାହିଁ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଉତ୍ତରାଖଣ୍ଡ ଜନ ସମ୍ବନ୍ଧ ଭର୍ଚ୍ୟୁଆଲ୍ ରାଲି‌କୁ ସମ୍ବୋଧନ କରି କହିଛନ୍ତି।

ସିଂହ କହିଛନ୍ତି, ଭାରତ ଓ ନେପାଳ ମଧ୍ୟରେ ଯଦି କିଛି ଭୁଲ୍ ବୁଝାମଣା ଥାଏ ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ। ଭାରତ-ନେପାଳ ସୀମାନ୍ତ ବିବାଦ ପ୍ରସଙ୍ଗରେ ସେ କହିଲେ ଯେ, ଲିପିଲେଖରେ ବିଆର୍‌ଓ ଦ୍ବାରା ନିର୍ମିତ ରାସ୍ତା ଭାରତୀୟ ଅଞ୍ଚଳର।

Leave A Reply

Your email address will not be published.