ଶ୍ବେତାଙ୍କ ଦୁନିଆରେ ସ୍ୱାମୀ ଅଭିନବଙ୍କ ସ୍ଥାନ ନାହିଁ

ଲୋକପ୍ରିୟ ଟିଭି ଅନିନେତ୍ରୀ ଶ୍ବେତା ତିୱାରୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିବା ସହ ଏହାକୁ ନିଜର ‘ପୂରା ଦୁନିଆ’ ଭାବେ ଅଭିହିତ କରିଛନ୍ତି। ଶ୍ବେତା ଓ ତାଙ୍କ ସ୍ବାମୀ ଅଭିନବ କୋହଲିଙ୍କ ସମ୍ପର୍କ ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ ଏହି ପୋଷ୍ଟ୍‌ ଦ୍ବାରା ତାଙ୍କ ଜୀବନରେ ତାଙ୍କ ସ୍ବାମୀଙ୍କ କିଛି ଭୂମିକା ନାହିଁ ବୋଲି ଜଣାଇବାକୁ ଚେଷ୍ଟା କରିଛନ୍ତି। ବିଶେଷକରି ସାମାଜିକ ଗଣମାଧ୍ୟମରେ ଉଭୟ ଉଭୟଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇ ଅନ୍ୟମାନଙ୍କ ନଜରକୁ ଆସିଥିଲେ। ହେଲେ ଏବେ ଶ୍ବେତା ଓ ତାଙ୍କ ସନ୍ତାନମାନଙ୍କ ସହ ସମ୍ପର୍କରେ ଅଛନ୍ତି ଅଭିନବ। ସେ ହିଁ ତାଙ୍କ ଦୁନିଆ ବୋଲି କହିବାକୁ ଚାହୁଥିଲେ ବି ଶ୍ବେତା ସେୟାର କରିଥିବା ଫଟୋରେ ସେଭଳି କିଛି ଦେଖିବାକୁ ମିଳିନାହିଁ। ଶ୍ବେତା ନିଜ ସହ ନିଜ ଦୁଇ ସନ୍ତାନ ପଲକ ଓ ରେୟାନ୍ସଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରି ଏହା ମୋ ପୂରା ଦୁନିଆ ବୋଲି ଲେଖିଛନ୍ତି। ଏଥିରେ ଅଭିନବଙ୍କୁ ଦେଖିବାକୁ ମିଳି ନାହିଁ।

Leave A Reply

Your email address will not be published.