ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ

ପୁରୀ: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଓଡ଼ିଶାରେ ପହଞ୍ଚି ପୁରୀ ଗସ୍ତରେ ଜଷ୍ଟିସ୍‌ ହରିଶ ଟଣ୍ଡନ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଛନ୍ତି ଜଷ୍ଟିସ୍‌ ହରିଶ ଟଣ୍ଡନ ।ଏହି ସମୟରେ ପୁରୀ ଏସପି, ଜିଲ୍ଲାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।ଓଡିଶାର ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଛନ୍ତି ।

ସୂଚନାଯୋଗ୍ୟ, ଜଷ୍ଟିସ ହରିଶ ଟଣ୍ଡନ ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ସେ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି । କଲିକତା ହାଇକୋର୍ଟର ବିଚାରପତି ଥିଲେ । କୋଲକାତା ହାଇକୋର୍ଟର ସେ ହେଉଛନ୍ତି ସବୁଠୁ ବରିଷ୍ଠ ବିଚାରପତି । ସେ ୨୦୧୦ରୁ ଏପ୍ରିଲ୍‌ ୧୩ରୁ କଲିକତା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

Leave A Reply

Your email address will not be published.