ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସାନି ତଦନ୍ତ କରାଇବେ କି ମହାରାଷ୍ଟ୍ର ସରକାର!

ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଦିନକୁଦିନ ବିବାଦ ବଢିବାରେ ଲାଗିଛି। ଏହି ମାମଲାରେ ସିବିଆଇ କ୍ଲୋଜର ରିପୋର୍ଟ ମଧ୍ଯ ଦାଖଲ କରିସାରିଲେନି। ତଥାପି ଏହି ପ୍ରସଙ୍ଗକୁ ରାଜନୀତି ଥମୁନାହିଁ।

ସୁଶାନ୍ତ ସିଂହ ରାଜପୁତଙ୍କ ପିଏ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା ପୁଣି ଥରେ ଖୋଲିବା ପରେ ଏହି ମାମଲା ଚର୍ଚ୍ଚାରେ ରହିଛି। ସୁଶାନ୍ତ ସିଂହ ରାଜପୁତ ମାମଲାରେ ଉଦ୍ଧବ ଠାକରେ ସରକାର ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ଆଣିଛନ୍ତି ବିଜେପି ନେତା ରାମ କଦମ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହି ମାମଲାର ତଦନ୍ତ ଏସଆଇଟି ଦ୍ୱାରା କରାଯିବା ଉଚିତ।

ତେବେ ଆଉ କିଛି ମାସ ମଧ୍ୟରେ ବିହାରରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଏହି ମାମଲାକୁ ରାଜନୈତିକ ମୋଡ଼ ଦେବାକୁ ଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.