ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୧ରେ କଟକ ତଳ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ନିମନ୍ତେ ଯାନବାହାନର ସୁନିୟନ୍ତ୍ରତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁଗମନାଗମନ ନିମନ୍ତେ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ, ୨୦୦୭ ର ଧାରା ୮) ଏବଂ ପୁଲିସ କମିସନରେଟ୍ ଭୁବନେଶ୍ବର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡ଼ିକ ତା. ୧୧.୦୪.୨୦୨୫ ରିଖ ଦିନ ସକାଳ ୧୧.୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଜାଣନ୍ତୁ ଟ୍ରାଫିକ କଟକଣା…
୧. ଶିଖରପୁର ଚ୍ଛୁକ ପଟୁ ରିଙ୍ଗ ରୋଡ୍ ରେ ଆସୁଥୁବା ଯାନବାହାନ ଗୁଡ଼ିକ ମାତାମଠ ଛକ ଆଡ଼କୁ ଯିବାକୁ ଦିଆଯିବ ନାହିଁ । ସେମାନେ ଯୋବ୍ରା ଛକ ଠାରୁ ଆଗକୁ ଯାଇପାରିବେ ନାହିଁ ।
୨. ଚହଟା ଛକ ପଟୁ ରିଙ୍ଗ ରୋଡ୍ ରେ ଆସୁଥୁବା ଯାନବାହାନ ଗୁଡ଼ିକ ଯୋବ୍ରା ଛକ ଛକ ଆଡ଼କୁ ଯିବାକୁ ଦିଆଯିବ ନାହିଁ ଏବଂ ସେମାନଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ଛକ ଠାରୁ ଆଗକୁ ଯାଇପାରିବେ ନାହିଁ । ସେମାନେ କ୍ୟାଣ୍ଟନମେଣ୍ଟ ଛକ ରାସ୍ତା ଦେଇ ମଧୁକୁଞ୍ଜ ପାର୍କ ଆଡ଼କୁ ଯାଇପାରିବେ ।
୩. କୌଣସି ପ୍ରକାର ଯାନବାହାନ ବିଜୁ ପଟ୍ଟନାୟକ ଛକ ପଟୁ ଦୟାଶ୍ରମ ରିଙ୍ଗ ରୋଡ୍ ଦେଇ ପୁରୁଣା କ୍ୟାଣ୍ଟନମେଣ୍ଟ ଆଡ଼କୁ ଯାଇପାରିବେ ନାହିଁ।
୪. କୌଣସି ପ୍ରକାର ଯାନବାହାନ ଗ୍ରୀନାର ହୋଟେଲ ଛକ ଠାରୁ ମହାନଦୀ ରିଙ୍ଗ ରୋଡ୍ ରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସେମାନେ ଓପା ଛକ ଦେଇ ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇପାରିବେ।
୫. କୌଣସି ପ୍ରକାର ଯାନବାହାନ ଚଣ୍ଡୀ ଛକ ଠାରୁ ପୁରୁଣା କ୍ୟାଣ୍ଟନମେଣ୍ଟ ଥାନା ଆଡ଼କୁ ଯାଇପାରିବେ ନାହିଁ ଏବଂ ସେମାନେ ପି.ଏଚ୍.ଡି ଅଫିସ ଠାରୁ ଆଗକୁ ଯାଇପାରିବେ ନାହିଁ ।
୬. ଶିଖରପୁର ଛକ ପଟୁ ଯୋବ୍ରା ଛକ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ । ସେମାନେ ଅନ୍ୟ ରାସ୍ତା ଦେଇ ଯାଇପାରିବେ।
୭. କାଳିଆବୋଦା ପଟୁ ଯୋବ୍ରା ଛକ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ । ସେମାନେ କଳିଆବୋଦା ଛକରୁ ବାମ ମୋଡ଼ ନେଇ ଓ.ଏମ୍.ପି ଛକ ଆଡ଼କୁ ଯାଇପାରିବେ।
୮. ତ୍ରିଶୂଳିଆ ଛକ ପଟୁ ବେଲଭିୟୁ ଛକ ଆଡ଼କୁ ଭାରୀ ଯାନ୍ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ ଏବଂ ସେମାନେ ତ୍ରିଶୂଳିଆ ବେଲଭିୟୁ ଛକ ଠାରୁ ଆଗକୁ ଯାଇପାରିବେ ନାହିଁ ।
୯. ନୂଆପାଟଣା ଛକ ପଟୁ ମଧୁସୂଦନ ସେତୁ ଦେଇ ସି.ଡି.ଏ ଆଡ଼କୁ ଭାରୀ ଯାନ ଗୁଡ଼ିକ ଯିବାକୁ ଦିଆଯିବ ନାହିଁ ଏବଂ ସେମାନେ ନୂଆପାଟଣା ଛକ ଠାରୁ ଆଗକୁ ଯାଇପାରିବେ ନାହିଁ ।
୧୦. ଡି.ପି.ଓ ଗଡ଼ା ପଟୁ ବେଲଭିୟୁ ଛକୁ ଆଡ଼କୁ ଅପରାହ୍ନ ୪ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କୌଣସି ପ୍ରକାର ଯାନବାହନ ଯିବାକୁ ଦିଆଯିବ ନାହିଁ ଏବଂ ସେମାନେ ଡି.ପି.ଓ ଗଡ଼ା ଠାରୁ ଆଗକୁ ଯାଇପାରିବେ ନାହିଁ ।
ଏହି ନିୟମକୁ ଖିଲାପ କଲେ ଖିଲାପକାରୀଙ୍କ ଠାରୁ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।
ଉପରୋକ୍ତ କଟକଣା ଗୁଡ଼ିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ପୁଲିସ, ଫାୟାର ଓ ଆମ୍ବୁଲାକ୍ସ୍ ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ ।
ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ୍ ପୁଲିସ ପକ୍ଷରୁ ଭୁବନେଶ୍ୱର– କଟକ ଜନସାଧାରଣଙ୍କୁ ଅନୁରୋଧ କରୁଛି।