ଜାହ୍ନବୀଙ୍କୁ ମିଳିଲା ୪ କୋଟି ଟଙ୍କାର ସରପ୍ରାଇଜ୍ ଗିଫ୍ଟ, ଭିଡିଓ ଦେଖି ଫ୍ୟାନ୍ସ ତାଜୁବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେହି ଜଣେ ବ୍ୟକ୍ତି ଅଭିନେତ୍ରୀଙ୍କୁ ବହୁତ ମୂଲ୍ୟବାନ ଉପହାର ଦେଇଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ସୁନ୍ଦର କାର ଦେଖାଯାଉଛି। ତେବେ କିଏ ଜାହ୍ନବୀ କପୁରଙ୍କୁ ଏହି ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି। ଏହା କୌଣସି ସାଧାରଣ କାର ନୁହେଁ, ବରଂ ଏକ ଲାମ୍ବୋର୍ଗିନୀ। ଏବେ ଜାହ୍ନବୀ କପୁରଙ୍କୁ ଲାମ୍ବୋର୍ଗିନୀ କାର ଉପହାର ଦେଇଥିବା ବ୍ୟକ୍ତି କିଏ ହୋଇପାରନ୍ତି?

ଜାହ୍ନବୀ କପୁର ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଜଣାଶୁଣା। ତାଙ୍କ ଫ୍ୟାଶନଠାରୁ ଆରମ୍ଭ କରି ତାଙ୍କ କାର୍ କଲେକ୍ସନ ପର୍ଯ୍ୟନ୍ତ ସବୁକିଛି ଚର୍ଚ୍ଚାରେ ରହିଥାଏ। ଏବେ ଜାହ୍ନବୀ କପୁରଙ୍କ ଏକ ନୂତନ କାର ଚର୍ଚ୍ଚାରେ ରହିଛି। ସେ ଏହାକୁ କିଣି ନାହାନ୍ତି। ତାଙ୍କୁ ଏହି କାର୍ ଉପହାରରେ ମିଳିଛି। ଜାହ୍ନବୀ କପୁରଙ୍କ ଜଣେ ଖାସ ବନ୍ଧୁ ତାଙ୍କୁ ଏକ ବିଳାସପୂର୍ଣ୍ଣ କାର୍ ଉପହାର ଦେଇଛନ୍ତି।

ଜାହ୍ନବୀଙ୍କୁ ଉପହାର ସ୍ୱରୂପ ବାଇଗଣୀ ରଙ୍ଗର ଏକ ଲାମ୍ବୋର୍ଗିନୀ ମିଳିଛି। ଆପଣଙ୍କୁ କହିରଖୁଛୁ ଯେ, ଭିଡିଓରେ ଏକ ବାଇଗଣୀ ରଙ୍ଗର ଲାମ୍ବୋର୍ଗିନୀ ଦୃଶ୍ୟମାନ ହେଉଛି। ଏହି କାରର ମୂଲ୍ୟ ୪ କୋଟିରୁ ୯ କୋଟି ଟଙ୍କା ମଧ୍ୟରେ ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଜାହ୍ନବୀ କପୁରଙ୍କୁ ତାଙ୍କ ବନ୍ଧୁ ଅନନ୍ୟା ବିର୍ଲା ଏକ ଲାମ୍ବୋର୍ଗିନୀ ହୁରାକାନ ଇଭୋ ସ୍ପାଇଡର ଉପହାର ଦେଇଛନ୍ତି। ଏହି କାର୍ ସହିତ ଏକ ବଡ଼ ଉପହାର ବାକ୍ସ ମଧ୍ୟ ଆସିଥିଲା, ଯାହା ଉପରେ ଅନନ୍ୟା ବିର୍ଲାଙ୍କ ନାମ ଲେଖାଯାଇଥିଲା।

ସୋସିଆଲ ମିଡିଆରେ ଏହି କାର୍‌କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଏହି କାର୍ ବ୍ୟତୀତ ଜାହ୍ନବୀଙ୍କ ପାଖରେ ଟୟୋଟା ଲେକ୍ସସ୍ (୨.୫ କୋଟି ଟଙ୍କା), ମର୍ସିଡିଜ୍ ଜିଏଲ୍‌ଇ୨୫୦ଡି (୬୭.୧୫ ଲକ୍ଷ ଟଙ୍କା), ବିଏମଡବ୍ଲୁ (୯୫.୯ ଲକ୍ଷ ଟଙ୍କା) ଏବଂ ମର୍ସିଡିଜ୍ ବେଞ୍ଜ ଏ-କ୍ଲାସ୍ (୧.୬୨ କୋଟି ଟଙ୍କା) ରହିଛି। ଜାହ୍ନବୀ କପୁର ଏବଂ ଅନନ୍ୟା ବିର୍ଲା ଦୀର୍ଘ ଦିନର ବନ୍ଧୁ। ଶିଳ୍ପପତି କୁମାର ମଙ୍ଗଳମ୍ ବିର୍ଲା ଏବଂ ନୀରଜା ବିର୍ଲାଙ୍କ ଝିଅ ଅନନ୍ୟା ଜଣେ ଗାୟିକା ହେବା ବ୍ୟତୀତ ନିଜେ ଜଣେ ଉଦ୍ୟୋଗୀ। ସେ ୨୦୧୬ମସିହାରେ ଜିମ୍ ବିଞ୍ଜଙ୍କ ଦ୍ୱାରା ପ୍ରଯୋଜିତ ତାଙ୍କର ପ୍ରଥମ ସିଙ୍ଗଲ୍, ‘ଲିଭିନ୍ ଦି ଲାଇଫ୍’ ରିଲିଜ୍ କରିଥିଲେ। ତାଙ୍କର ପରବର୍ତ୍ତୀ ସିଙ୍ଗଲ୍ସ, ଥିଲା “ମିଣ୍ଟ ଟୁ ବି” ।

Leave A Reply

Your email address will not be published.