ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଟପ ମାଓନେତା ହିଡ଼ମାର ବଙ୍କର ଠାବ

ବିଜାପୁର: ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା। ଛତିଶଗଡ଼ର ବିଜାପୁରରେ ଟପ୍ ମାଓନେତା ହିଡ଼ମାର ବଙ୍କର ଠାବ। ବିଜାପୁରରେ ଟପ ମାଓନେତା ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କରକୁ ଖୋଜି ବାହାର କରିଛନ୍ତି ସୁରକ୍ଷାବାହିନୀ।

ପ୍ରଥମଥର ପାଇଁ ଏଭଳି କଂକ୍ରିଟରେ ନିର୍ମିତ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ। ହିଡ଼ମା ନାଁରେ ଏକ କୋଟି ଟଙ୍କାର ପୁରସ୍କାର ରାଶି ରହିଛି। ଦୁଇମାସ ତଳେ ଟପ୍ ମାଓ ନେତା ହିଡ଼ମାକୁ ବଡ଼ ପଦବୀରୁ ହଟାଇଲା ମାଓ ସଂଗଠନ।

ବିଜାପୁର ଲ୍ୟାଣ୍ଡମାଇନ ବିସ୍ପୋରଣରେ ୮ଯବାନ ସହିଦ ଘଟଣା ଏବଂ ଗଡ଼ଚିରୋଲୀ ଜଙ୍ଗଲରେ ୬୭ଜଣ ଯବାନ ସହିଦ ଭଳି ଅନେକ ବଡ଼ବଡ଼ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା ହିଡ଼ମା।

Leave A Reply

Your email address will not be published.