ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟରେ ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୯୯ ଜଣଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଛି।
ଏହି ତାଲିକାରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେଙ୍କ ନାଁ ମଧ୍ୟ ରହିଛି। ସେହିପରି ରାମ କଦମ, ଶ୍ୱେତା ମାହାଲେ ପାଟିଲ, ଶ୍ରୀଜୟା ଅଶୋକ ଚୌହାନ ଓ ନୀତୀଶ ରାଣେଙ୍କ ଭଳି ଅଗଧାଡ଼ିର ନେତାମାନଙ୍କ ନାମ ମଧ୍ୟ ଏଥିରେ ରହିଛି।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ମୋଟ ୨୮୮ଟି ବିଧାନସଭା ସିଟ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୨୦ରେ ମତଦାନ ଏବଂ ୨୩ ତାରିଖରେ ଭୋଟ ଗଣତି ହେବ।