ଦୁଇଟି କାର୍‌ରେ ଆସିଲେ, ବନ୍ଧୁକ ଦେଖାଇ ଦୁଇ ଭାଇଙ୍କୁ ଟେକି ନେଇଗଲେ

ଭଦ୍ର ଲୋକପରି ଦୁଇଟି କାର୍‌ରେ ଆସିଲେ କିଛି  ଦୁର୍ବୃତ୍ତ। ପରେ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଅପହରଣ କରିନେଇ ପଳାଇଗଲେ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଅପହରଣ ହୋଇଥିବା ଦୁଇ ଭାଇ ହେଲେ କୁଷ୍ଣ ସାହୁ ଓ ପଞ୍ଚାନନ ସାହୁ। ଗଞ୍ଜାମ ଥାନା ଠାରୁ ଶହେ ମିଟର ଦୂର ପୁଇଁତଳା ଛକରେ ଏପରି ଘଟଣା  ଗତକାଲି ରାତିରେ ଘଟିଛି। 

ପୁଇଁତଳା ଛକରେ କୁଷ୍ଣଙ୍କର ଭେରାଇଟ ଷ୍ଟୋର ରହିଛି। ଗତକାଲି କୁଷ୍ଣ ଓ ତାଙ୍କ ଭାଇ ପଞ୍ଚାନନ ଏହି ଦୋକାନରେ ବସିଥିଲେ। କିଛି ଯୁବକ ଦୋକାନକୁ ଜିନିଷ କିଣିବା ପାଇଁ ଆସିଥିଲେ। ଜିନିଷ କିଣାବିକାକୁ ନେଇ ଯୁବକମାନଙ୍କ ସହ ଦୁଇ ଭାଇଙ୍କର ବଚସା ହୋଇଥିଲା। ପରେ ସେଠାରୁ ଯୁବକମାନେ ପଳାଇଯାଇଥିଲେ।  ତା’ର କିଛି ସମୟ ପରେ ଗୋଟିଏ ଧଳା ରଙ୍ଗ ଓ ନାଲି ରଙ୍ଗର କାର୍‌ରେ କିଛି  ଦୁର୍ବୃତ୍ତ ଆସିଥିଲେ। କୁଷ୍ଣଙ୍କ ଦୋକାନ ସମ୍ମୁଖରେ କାର୍‌ ରଖି  ଭିତରକୁ ଆସିଥିଲେ। ପରେ ଦୁ‍ର୍ବୃତ୍ତମାନେ ଦୁଇ ଭାଇଙ୍କୁ  ବନ୍ଧୁକ ଦେଖାଇ କାର୍‌ରେ ବସାଇ କୁଆଡେ ନେଇ ପଳାଇ ଯାଇଥିଲେ।   ଅନ୍ୟ ଦୋକାନୀ ମାନା ଏହା ଦେଖି ପରିବାର ଲୋକଙ୍କ ଖବର ଦେଇଥିଲେ। ପରିବାର ଲୋକେ ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ।  

Leave A Reply

Your email address will not be published.