ଯାଅ ମୋଦିଙ୍କୁ କହିବ; କାଶ୍ମୀରରେ ମୃତକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ କର୍ଣ୍ଣାଟକର ଶିବମୋଗାର ମଞ୍ଜୁନାଥ ରହିଛନ୍ତି। ଆତଙ୍କବାଦୀ ଆକ୍ରମଣ ସମୟରେ ସେ ତାଙ୍କ ପତ୍ନୀ ପଲ୍ଲବୀ ଏବଂ ପୁଅ ସହିତ ଜମ୍ମୁ କାଶ୍ମୀରରେ ଛୁଟି ବିତାଇବାକୁ ଯାଇଥିଲେ।

“ଆତଙ୍କବାଦୀମାନେ ଆସି ପର୍ଯ୍ୟଟକଙ୍କୁ ନାମ ପଚାରିଥିଲେ। ଆଉ ଯେଉଁମାନେ ଅଣ-ମୁସଲିମ, ସେମାନଙ୍କ ମୁଣ୍ଡରେ ଗୁଳି ଚଳାଇଥିଲେ। ମୃତକ ମଞ୍ଜୁନାଥଙ୍କ ପତ୍ନୀ ପଲ୍ଲବୀ କହିଛନ୍ତି ମୁଁ ଜାଣିଥିଲି ଯେ ସେ ମୃତ। ମୁଁ ଆତଙ୍କବାଦୀମାନଙ୍କୁ ମୋତେ ମଧ୍ୟ ହତ୍ୟା କରିବାକୁ କହିଥିଲି, କିନ୍ତୁ ସେମାନେ ମନା କରିଦେଲେ। ସେମାନେ କହିଲେ: ‘ଫେରି ଯାଅ ଏବଂ ଏହା ମୋଦିଙ୍କୁ କୁହ’। ଏବେ, ମୁଁ ଚାହୁଁଛି ଯେ ମୋ ସ୍ୱାମୀଙ୍କ ମୃତଦେହ ଯଥାଶୀଘ୍ର ଶିବମୋଗାକୁ ନିଆଯାଉ।

ତେବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ସେ ଏନେଇ ଦିଲ୍ଲୀରେ ରାଜ୍ୟର ଆବାସିକ କମିଶନରଙ୍କ ସହ କଥା ହୋଇସାରିଛନ୍ତି।

Leave A Reply

Your email address will not be published.