ପାକିସ୍ତାନ ମୁଖ୍ୟ ଖଳନାୟକ!, ମିଳିଲା ବଡ ପ୍ରମାଣ…

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କ, ଯାହା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସ୍ମୃତି ବନାଇବାକୁ ଯାଇ ଆାତଙ୍କବାଦୀ ଗୁଳିରେ ଚିରଦିନ ପାଇଁ ସ୍ମୃତି ପାଲଟି ଯାଇଛନ୍ତି ପ୍ରାୟ ୨୬ ପର୍ଯ୍ୟଟକ । ଯାହାର ଭାରତ କଡା ଜବାବ ଦେବ । ପ୍ରସ୍ତୁତ ବି ହେଲାଣି । ଆଉ ଏ ସବୁ ପଛର ଖଳନାୟକ ହେଉଛି ଆତଙ୍କୀରେ ନମ୍ବର ୧ ଦେଶ ପାକିସ୍ତାନ । ଖାଲି ଯେ ଭାରତ, ତା ନୁହେଁ …. ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ଖେଳାଇବାରେ ପାକିସ୍ତାନର ବଡ ହାତ ରହିଛି । ଯାହାକୁ ମାତ୍ ଦେବା ପାଇଁ ଅଣ୍ଟା ଭିଡିଲେଣି ଭାରତ ସହ ପ୍ରମୁଖ ଦେଶ ।

ବାରମ୍ବାର ଭାରତର ସୁଖ ଶିରି ସହିପାରୁନଥିବା ପାକିସ୍ତାନ, ପୁଣି ଥରେ ଭାରତ ସହ ବଡ ବିଶ୍ବାସଘାତକତା କରିଛି । ଯାହାର ପ୍ରମାଣ ଆଜି ଏହି ୩ ପଏଣ୍ଟରେ ଆମେ ଆପଣଙ୍କୁ ଦେବୁ ।

ପହଲଗାମ୍ ପଛରେ ପାକିସ୍ତାନୀ ସେନା

ଗତ ଏପ୍ରିଲ ୨୨ରେ ରକ୍ତ ରଞ୍ଜିତ୍ ହୋଇଥିଲା ବୈସରାନ୍ ବା ମିନି ସ୍ବିଜରଲାଣ୍ଡ । ଆତଙ୍କୀଙ୍କ ଗୁଳିରେ ଟଳିପଡିଥିଲେ ନିରୀହ ପର୍ଯ୍ୟଟକ । ଆଉ ଏସବୁ ପଛରେ ମାଷ୍ଟରମାଇଣ୍ଡ ଥିଲା ପାକିସ୍ତାନ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ୩ ଅଭିଯୁକ୍ତଙ୍କ ସ୍କେଚ୍ ଜାରି ହୋଇଥିବା ବେଳେ ଏହାର ଲିଡର ରହିଥିଲା ହାସିମ୍ ମୁଜା । ଯିଏକି ଜଣେ ପୂର୍ବତନ ପାକିସ୍ତାନୀ ଏସଏସଜି ପାରାକମାଣ୍ଡୋ ରହିଛନ୍ତି । ଜାମ୍ମୁକାଶ୍ମୀର ପୋଲିସ୍ ପହଲଗାମ୍ ଆକ୍ରମଣ ପଛରେ ଥିବା ମୁଖ୍ୟ ଚାରି ଅଭିଯୁକ୍ତଙ୍କ ମଧ୍ୟରେ, ଏହି ପାକିସ୍ତାନୀ ସେନା ଥିବା ଚିହ୍ନଟ କରିଛନ୍ତି । ଆଉ ପୋଲିସ୍ କହିଛି ପୂରା ପହଲଗାମ୍ ଆଟାକର ଷଡଯନ୍ତ୍ର ରଚିଥିଲା ହାସିମ୍ । ସପ୍ତାହ ପୂର୍ବରୁ ଘଟଣାସ୍ଥଳକୁ ଆସି ରେକି କରିଥିଲା । ଏଥିସହିତ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ପାକିସ୍ତାନୀ ନାଗରିକ ବୋଲି ଚିହ୍ନଟ କରିଛି ପୋଲିସ୍ ।

ଆତଙ୍କୀଙ୍କୁ ସୁରକ୍ଷା ଦେଉଛନ୍ତି ପାକ୍ ସରକାର

ପୂର୍ବରୁ ଆତଙ୍କୀ କାର୍ଯ୍ୟକଳାପକୁ ସମର୍ଥନ କରିଆସୁଥିବା ଆତଙ୍କୀ ଦେଶ ପାକିସ୍ତାନ ଏବେ, ମୋଷ୍ଟ ଓ୍ବୋଣ୍ଟେଡ୍ ଆତଙ୍କବାଦୀକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଇଛି । ପାକିସ୍ତାନ ଲସ୍କର-ଏ-ତୈବା ମୁଖ୍ୟ ହାଫିଜ୍ ସଇଦ – ଯାହାକୁ ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି, ତାର ସୁରକ୍ଷାକୁ ପ୍ରାୟ ଚାରି ଗୁଣ ବୃଦ୍ଧି କରିଛି ପାକ୍ ସରକାର । ବର୍ଦ୍ଧିତ ସୁରକ୍ଷା କଭରରେ ପାକିସ୍ତାନ ସଶସ୍ତ୍ର ବାହିନୀର ସଶସ୍ତ୍ର କର୍ମଚାରୀମାନଙ୍କୁ 24×7 ମୁତୟନ କରିବା ସହିତ ଲାହୋରରେ ସଇଦର ଜଣାଶୁଣା ବାସଭବନ ଚାରିପାଖରେ ବ୍ୟାପକ ନଜର ରଖିବା ବ୍ୟବସ୍ଥା ମଧ୍ୟ କରାଯାଇଚି । ଏମିତିକି ପାକସେନା, ଗୁଇନ୍ଦା ସଂସ୍ଥା ଏଏସଆଇ ଓ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା ମିଳିତ ଭାବେ ଆତଙ୍କୀ ହାଫିଜକୁ ସୁରକ୍ଷା ଯୋଗାଇ ଦେଉଥିବା ସୂଚନା ରହିଛି । ହାଫିଜ ଘରର ୪ କିଲୋମିଟର ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲଗାଯାଇ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଏଥିସହିତ ଆକ୍ରମଣରେ ଟିଆରଏଫ ଓ ଲସ୍କରର ହାତ ଥିବା ଏକପ୍ରକାର ସ୍ପଷ୍ଟ ହେବା ପରେ କିଛି ,ପରି ପଦକ୍ଷେପ ଗ୍ରହଣ କରିଛି ପାକିସ୍ତାନ । ଯାହା ତାର ତାର ଦୋଷକୁ ଆହୁରି ଇନ୍ଧନ ଦେଇଛି ।

‘ଆତଙ୍କୀ ନୁହେଁ ସ୍ବାଧୀନତା ସଂଗ୍ରାମୀ’

ଏପ୍ରିଲ ୨୨ରେ ପହଲଗାମ୍ ଆଟାକ୍ ପରେ ଗତ ଏପ୍ରିଲ ୨୫ରେ ଏଭଳି ବର୍ବର କାଣ୍ଡ ଘଟାଇଥିବା ଆତଙ୍କୀଙ୍କୁ ସ୍ବାଧୀନତା ସଂଗ୍ରାମୀର ଆଖ୍ୟା ଦିଆଯାଇଥିଲା । ତାହା ପୁଣି ଖୋଦ୍ ଦେଇଥିଲେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ, ଇସାକ୍ ଦର । ପହଲଗାମ୍ ହମଲା ପରେ ବିହାର ମଧୁବନିରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଖୋଜି ଖୋଜି ଠାବ କରିବୁ, କଳ୍ପନା ବାହାରେ ଦଣ୍ଡ ଦେବୁ’ ଭଳି କଡ଼ା ଚେତାବନୀ ପରେ ପାକିସ୍ତାନ ସରକାରକୁ ଘେରିଥିଲେ ନିଜ ଦେଶର ଗଣମାଧ୍ୟମ । ଆଉ ଜବାବରେ ବେଲଜ୍ୟା ମୁହଁରେ ପହଲଗାମ୍ ଆତଙ୍କବାଦୀଙ୍କୁ ଇସାକ ଦର ସ୍ବାଧୀନତା ସଂଗ୍ରାମୀ ବୋଲି ଆଖ୍ୟା ଦେଇଥିଲେ ଉପପ୍ରଧାନମନ୍ତ୍ରୀ । ଖାଲି ସେତିକି ନୁହେଁ, ବ୍ରିଟେନ୍ ସ୍କାଇ ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ଉପସ୍ଥାପିକାଙ୍କ ଆକ୍ରମଣ ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହୁ କହୁ କହି ଦେଇଥିଲେ ବିଗତ ତିନି ଦଶନ୍ଧି ଧରି ଆମେରିକା ଓ ବ୍ରିଟେନ୍ ପାଇଁ ଆମେ ଏଭଳି ଡର୍ଟି କାମ କରି ଆସୁଛୁ । ଯାହା ସ୍ପଷ୍ଟ କରୁଛି, ସେ ପାକିସ୍ତାନ ନିଜ ମୁହଁରେ ମାନୁଛି ଆକ୍ରମଣ ପଛରେ ସେ ହିଁ ରହିଛି, ଆଉ ପାକିସ୍ତାନ ଏକ ଆତଙ୍କୀ ସ୍ତାନ୍ ।

Leave A Reply

Your email address will not be published.