ଭୁବନେଶ୍ୱର: ଆଇଡବ୍ଲ୍ୟୁଏଫ ବିଶ୍ୱ ଯୁବ ଓ ଜୁନିୟର ଚାମ୍ପିୟନଶିପର ପ୍ରଥମ ଦିବସରେ ଓଡିଶାର ୱେଟଲିଫ୍ଟରମାନେ ଚମତ୍କାର ପ୍ରଦର୍ଶନ କରି ୪ ପଦକ ଜିତିଛନ୍ତି । ଲିମାରେ ଚାଲିଥିବା ଏହି ଚାମ୍ପିୟନଶିପରେ ଉଦୀୟମାନ ୱେଟଲଫ୍ଟର ଜ୍ୟୋତ୍ସ୍ନା ଶବର ବାଳିକା ୪୦ କିଗ୍ରାରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୨୯ କେଜି( ୫୬+୭୨) ଭାର ଉଠାଇ ଏହି ସଫଳତା ହାସଲ କରିଛନ୍ତି । ଓଭରାଲରେ ସେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ତୃତୀୟରେ ରହିଥିଲେ ।
ସେହିପରି ଗଜପତିର ୧୬ ବର୍ଷୀୟ ୱେଟଲିଫ୍ଟର ହର୍ଷବର୍ଦ୍ଧନ ସାହୁ ୨ଟି ବ୍ରୋଞ୍ଜ ପଦକ ଜିିତିଛନ୍ତି । ୪୯ କେଜି ବାଳକ ବିଭାଗରେ ସେ ଓଭରାଲ ୧୯୭ କେଜି (୮୭+୧୧୦) ଭାର ଉଠାଇ ତୃତୀୟ ସ୍ଥାନରେ ରହିଥିଲେ । କ୍ଲିନ ଓ ଜର୍କରେ ମଧ୍ୟ ସେ ପ୍ରଭାବୀ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।