୧୯୭୧ ଯୁଦ୍ଧ ଅଲଗା ଥିଲା; ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏଭଳି କହିଲେ ଶଶି ଥରୁର

ନୂଆଦିଲ୍ଲୀ: ୧୯୭୧ ମସିହାରେ ହୋଇଥିବା ଯୁଦ୍ଧକୁ ବର୍ତ୍ତମାନ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ତୁଳନା କରାଯାଉଛି। ଏଥିସହିତ ସୋସିଆଲ ମିଡିଆରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ମଧ୍ୟ ତୁଳନା କରଯାଉଛି।

ଏହାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ସେତେବେଳେର ପରିସ୍ଥିତି ସମ୍ପୂର୍ଣ ଅଲଗା ଥିଲା ଓ ୧୯୭୧ ମସିହାର ଯୁଦ୍ଧ ଏକ ବଡ଼ ସଫଳତା ମଧ୍ୟ ଥିଲା। ସେତେବେଳେ ଇନ୍ଦିରା ଗାନ୍ଧୀ ଉପମହାଦେଶର ମାନଚିତ୍ରକୁ ପୁନଃ ଲେଖିଥିଲେ।

ସେତେବେଳେ ବାଂଲାଦେଶ ଏକ ନୈତିକ ଉଦ୍ଦେଶ୍ୟ ପାଇଁ ଲଢ଼ୁଥିଲା ଏବଂ ଏହାକୁ ମୁକ୍ତ କରିବା ଏକ ସ୍ପଷ୍ଟ ଉଦ୍ଦେଶ୍ୟ ଥିଲା।

ତେବେ ଭାରତ ସହିତ ଯୁଦ୍ଧବିରତି ଚୁକ୍ତିନାମା ହେବାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ଯାହାକୁ ନେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ପାକିସ୍ତାନକୁ ନିନ୍ଦା କରି ନିଜର ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ନିଜ କଥାରୁ ଓହରି ଯିବା ପାକିସ୍ତାନର ସ୍ଵଭାବ ଓ ପାକିସ୍ତାନ ବିଶ୍ୱାସର ଯୋଗ୍ୟ ନୁହେଁ। ଯେତେବେଳେ ଉଭୟ ଦେଶ ଅସ୍ତ୍ରବିରତି ଘୋଷଣା କରିଥିଲେ ଶଶି ଏଥିରେ ଖୁସି ପ୍ରକାଶ କରିଥିବା କଥା କହିଥିଲେ। ଭାରତ କେବେ ବି ଲମ୍ବା ସମୟ ପାଇଁ ଯୁଦ୍ଧ କରିବାକୁ ଚାହୁଁନଥିଲା କିନ୍ତୁ ଆତଙ୍କବାଦୀ ମାନଙ୍କୁ ମଧ୍ୟ କଡା ଜବାବ ଦେବା ଜରୁରୀ ଥିଲା ଯାହାକି ସେମାନଙ୍କୁ ମିଳିସାରିଛି।

ତେବେ ଗତ ଶନିବାର ରାତିରେ ଉଭୟ ଦେଶ ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜି ହେବା ପରେ ଜମ୍ମୁ ର  ସୀମା ପାର ଠାରେ କୌଣସି ପ୍ରକାରର ଗୁଳିବର୍ଷା କିମ୍ବା ଡ୍ରୋନ୍ କାର୍ଯ୍ୟକଳାପର ରିପୋର୍ଟ ମିଳିନଥିବା କଥା ରବିବାର ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.