ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା ଭାରତ। ଏହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ପାକିସ୍ତାନକୁ ସମର୍ଥନ କରିଥିଲା ତୁର୍କୀ।
ଯାହା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବଏକଟ ତୁର୍କୀ। ଗୋଟିଏ ପଟେ ସାହିବାବାଦ ମଣ୍ଡି ସମେତ ଦେଶର ଅନେକ ବ୍ୟବସାୟୀ ତୁର୍କୀରୁ ସେଓ ଆମଦାନୀ ବର୍ଜନ କରିଛନ୍ତି।
FWICE (ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍) ଏକ ପ୍ରେସ୍ ରିଲିଜ୍ ଜାରି କରିଛି। ଏଥିରେ ଭାରତୀୟ ଚଳଚ୍ଚିତ୍ର ଗୋଷ୍ଠୀ ପକ୍ଷରୁ ଭବିଷ୍ୟତରେ ତୁର୍କୀରେ କୌଣସି ଚଳଚ୍ଚିତ୍ର ସୁଟିଂ ନ କରିବାକୁ ନିବେଦନ କରାଯାଇଛି କାରଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା। ତେବେ ଜାଣନ୍ତୁ ତୁର୍କୀରେ ଏପର୍ଯ୍ୟନ୍ତ କେଉଁ ବଡ଼ ବଜେଟ୍ ଫିଲ୍ମ ସୁଟିଂ ହୋଇଛି…
ତୁର୍କୀରେ ଅନେକ ଭାରତୀୟ ଚଳଚ୍ଚିତ୍ରର ସୁଟିଂ କରାଯାଇଛି। ଏଥିମଧ୍ୟରେ ରେସ୍, ଗେମ୍, ଗୁରୁ, ଦିଲ୍ ଧଡକେନ୍ ଦୋ, ବେବି, ଏକ ଥା ଟାଇଗର ଏବଂ ମିଶନ୍ ଇସ୍ତାନବୁଲ୍ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଅଭିନେତା ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଏକ ଥା ଟାଇଗରର ସୁଟିଂ ଇସ୍ତାନବୁଲର ମେଡେନ ଟାୱାର, ଦକ୍ଷିଣ-ପୂର୍ବ ତୁର୍କୀର ପ୍ରାଚୀନ ସହର ମାର୍ଦିନର ଜିଙ୍କିରିୟେ ମାଦ୍ରାସା ଏବଂ ଭୂମଧ୍ୟସାଗରୀୟ ରିସର୍ଟ ସହର ଆଣ୍ଟାଲିଆର ମର୍ଦାନ ପ୍ୟାଲେସ ହୋଟେଲ ଭଳି ବିଭିନ୍ନ ସ୍ଥାନରେ କରାଯାଇଥିଲା।