ଟିଭି ପରଦାକୁ ଫେରୁଛନ୍ତି ସ୍ମୃତି ଇରାନୀ, ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ ପାର୍ଟ ୨ରେ ଆସିବେ ନଜର…

ମୁମ୍ବାଇ: ଏକତା କପୁରଙ୍କ ସବୁଠାରୁ ଲୋକପ୍ରିୟ ଟିଭି ଶୋ’ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। କାରଣ ଏହାର ସିଜିନ୍ ୨ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ଜଣାପଡିଛି।

ତେବେ ଖାସ୍ କଥା ହେଉଛି ସ୍ମୃତି ଇରାନୀ ଏଥିରେ କମବ୍ୟାକ୍ କରିବାକୁ ଯାଉଛନ୍ତି। ସେଟ୍‌ରେ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଛି। ସ୍ମୃତି ଇରାନୀ ତୁଳସୀ ଚରିତ୍ରରେ ଅଭିନୟ କରି ପ୍ରତ୍ୟେକ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

‘ଇଣ୍ଡିଆ ଫୋରମ୍’ର ରିପୋର୍ଟ ଅନୁଯାୟୀ, ‘କ୍ୟୁଙ୍କି ସାସ ଭି କଭି ବହୁ ଥି ସିଜିନ୍ ୨’ର ସୁଟିଂ ଆରମ୍ଭ ହୋଇଛି ଏବଂ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ସେଟରେ ମୋବାଇଲ୍ ଫୋନ୍ ଟ୍ୟାପ୍ କରାଯିବ। ଅମର ଉପାଧ୍ୟାୟ, ସ୍ମୃତି ଇରାନୀ ଏବଂ ଏକତା କପୁରଙ୍କ ବ୍ୟତୀତ ସେଟରେ ଉପସ୍ଥିତ ସମସ୍ତ ଲୋକଙ୍କ ମୋବାଇଲ୍ ଫୋନ୍ ଟ୍ୟାପ୍ କରାଯିବ। ଏପରିକି ସମସ୍ତଙ୍କୁ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିବାରୁ ବାରଣ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.