ଭୁବନେଶ୍ୱର: ଚଳିତ ଜୁନ୍ରେ ସରିବ ରାସନ୍ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ। ଏନେଇ ଗୁରୁବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ୨୦ ଲକ୍ଷ ଇ-କେୱାଇସି କରିନାହାଁନ୍ତି। ପ୍ରାୟ ୯୫ ପ୍ରତିଶତ ଲୋକ ଇ-କେୱାଇସି କରି ସାରିଛନ୍ତି। ଜୁନ୍ରେ ଅବଧି ସରିବା ପରେ ଅଯୋଗ୍ୟ ବାଦ୍ ପଡିବେ।
ଅନ୍ୟପକ୍ଷେ ପିଡିଏସ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର। ଆବେଦନକାରୀଙ୍କ ଯାଞ୍ଚ ଓ ସ୍ଥାନୀୟ ଅଞ୍ଚଳରେ ଭେରିଫିକେସନ ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ରାସନ କାର୍ଡ ପ୍ରସ୍ତୁତ କରାଯାଇ ଯାଞ୍ଚ ଚାଲିଛି। ଏଥିପାଇଁ ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି (e-KYC) ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ଉଲ୍ଲେଖଯୋଗ୍ୟ, ସୁଭଦ୍ରା ଯୋଜନା ଓ ଆୟୁଷ୍ମାନ ଭାରତ-ପିଏମଜେଏୱାଇ ଯୋଜନାର ସଫଳ ଆରମ୍ଭ ପରେ ଓଡ଼ିଶା ସରକାର ପିଡିଏସ ବ୍ୟବସ୍ଥାକୁ ମଜବୁତ କରିବାକୁ ଚାହୁଁଛନ୍ତି।