AI-171 ବିମାନ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ, ସେପଟେ ବ୍ରିଟିଶ ଦୂତାବାସ ପ୍ରତିକ୍ରିୟାରେ କହିଛି…

ଗୁଜୁରାଟ : ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ହୋଇଛି । ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର AI-171 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେମାନଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡିଆନ ନାଗରିକ ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ରହିଛନ୍ତି। ତେବେ ଏହି ବିମାନ ଦୁର୍ଘଟଣାକୁ ନେଇ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଅହମ୍ମଦାବାଦରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଁ ଗଭୀର ଭାବରେ ମର୍ମାହତ। ଏହା ଏକ ହୃଦୟ ବିଦାରକ ବିପର୍ଯ୍ୟୟ। ମୋର ଭାବନା ଏବଂ ପ୍ରାର୍ଥନା ପ୍ରଭାବିତ ଲୋକଙ୍କ ସହିତ ଅଛି। ଏହି ଅବର୍ଣ୍ଣନୀୟ ଦୁଃଖର ମୁହୂର୍ତ୍ତରେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି।

 

 

 

ଏଥିସହ ଅହମ୍ମଦାବାଦରରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଭାରତରେ ଥିବା ବ୍ରିଟିଶ ଦୂତାବାସ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। ବ୍ରିଟିଶ ଦୂତାବାସ କହିଛି ଯେ,ଖବର ପାଇଛୁ ଯେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏକ ବିମାନ ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ତୁରନ୍ତ ତଥ୍ୟ ସଂଗ୍ରହ କରିବା ଏବଂ ସହାୟତା ଯୋଗାଇବା ପାଇଁ କାମ କରୁଛୁ। ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କ ସହିତ ଆମର ସମବେଦନା ରହିଛି ।

 

 

ଅନ୍ୟପଟେ ଏୟାର ଇଣ୍ଡିଆ ଦୁର୍ଘଟଣା ହୋଇଥିବାର ସୂଚନା ପ୍ରଦାନ କରିଛି ଏବଂ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଥିବା ପ୍ରୋଫାଇଲ୍ ଫଟୋକୁ କଳା ରଙ୍ଗରେ ପରିବର୍ତ୍ତନ କରିଛି। ଦୁର୍ଘଟଣାର କିଛି ଘଣ୍ଟା ପରେ ଏହି ପଦକ୍ଷେପ ନେଇଛି ।

 

Leave A Reply

Your email address will not be published.