ବଲିଉଡ ଇତିହାସର ସବୁଠୁ ଦାମୀ ଗୀତରେ ନାଚିବେ ଶାହରୁଖ, ହୋସ ଉଡ଼ାଇବ ବଜେଟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ ‘ଯବାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଚଳଚ୍ଚିତ୍ର ସହ ଜଡିତ ପ୍ରତ୍ୟେକ ଅପଡେଟ୍ କିଙ୍ଗ ଖାନଙ୍କ ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛି। ‘ଯବାନ’ର ରିଲିଜ୍ ତାରିଖ ପାଖେଇ ଆସୁଥିବାରୁ ଫିଲ୍ମର ପ୍ରଚାର ମଧ୍ୟ ଜୋରସୋରରେ ଆରମ୍ଭ ହେଉଛି। ପ୍ରିଭ୍ୟୁ ଏବଂ ‘କ୍ୟାରେକ୍ଟର ପୋଷ୍ଟର’ ପରେ ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବ, ଯାହାର ନାମ ରହିଛି ‘ଜିନ୍ଦା ବନ୍ଦା’। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଗୀତ ବଲିଉଡ ଇତିହାସର ସବୁଠୁ ଦାମୀ ଗୀତ ହେବ। କୁହାଯାଉଛି ଯେ, ଏହାର ନିର୍ମାଣ ପାଇଁ ୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ମଦୁରାଇ, ମୁମ୍ବାଇ ଏବଂ ଅନ୍ୟ ଭାରତୀୟ ସହରରୁ ୧୦୦୦ରୁ ଅଧିକ ନୃତ୍ୟଶିଳ୍ପୀ ଏହି ଗୀତରେ ନଜର ଆସିବେ। ଗୀତର ସୁଟିଂ ଚେନ୍ନାଇରେ ପାଞ୍ଚ ଦିନ ମଧ୍ୟରେ କରାଯାଇଥିବା ଜଣାପଡ଼ିଛି। ୧୫କୋଟିରୁ ଅଧିକ ବଜେଟରେ ନିର୍ମିତ ‘ଜିନ୍ଦା ବନ୍ଦା’ରେ ଶାହରୁଖ ଖାନଙ୍କୁ ହଜାର ହଜାର ନୃତ୍ୟଶିଳ୍ପୀଙ୍କ ସହ ନାଚୁଥିବାର ଦେଖିବାକୁ ମିଳିବ।

ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କ ବ୍ୟତୀତ ନୟନତାରା, ବିଜୟ ସେଥୁପତି, ସାନିଆ ମଲହୋତ୍ରା, ପ୍ରିୟମଣି, ଗିରିଜା ଓକ, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲହର ଖାନ, ଆଲିଆ କୁରେଶି, ରିଦ୍ଧି ଡୋଗ୍ରା, ସୁନୀଲ ଗ୍ରୋଭର ଏବଂ ମୁକେଶ ଛାବ୍ରା ଅଭିନୟ କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.