ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଫିଟନେସ ଓ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ରୋଚକ ଖବର ସାମନାକୁ ଆସିଛି, ବିରାଟ ମ୍ୟାଚ ମଝିରେ ସେ ଖାଉଥିବା ଏକ ଖାସ ଚକୋଲେଟ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚକୋଲେଟ କେବଳ ସ୍ୱାଦିଷ୍ଟ ନୁହେଁ, ବରଂ କୋହଲିଙ୍କ ଶାରୀରିକ ଶକ୍ତି ଓ ତୁରନ୍ତ ରିକଭରୀରେ ମଧ୍ୟ ସହାୟକ ହେଉଛି।
ସୂଚନା ଅନୁଯାୟୀ, ବିରାଟ କୋହଲି ଖାଉଥିବା ଏହି ଚକୋଲେଟ ଜେଲି ଫର୍ମରେ ଥାଏ ଏବଂ ଏହା ଲଣ୍ଡନର ଏକ କମ୍ପାନୀ ଦ୍ୱାରା ତିଆରି ହୋଇଥାଏ। ଏହି ଚକୋଲେଟ ଛଅଟି ପ୍ୟାକେଟରେ ମିଳିଥାଏ ଏବଂ ଭାରତରେ ଏହାର ମୂଲ୍ୟ ପାଖାପାଖି ୫୦୦୦ ଟଙ୍କା। ଏକ ଆଇପିଏଲ ମ୍ୟାଚ ସମୟରେ କୋହଲି ଏହି ଚକୋଲେଟ ଖାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥିଲା। ଏହା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କରିଥିଲେ ଯେ, ମ୍ୟାଚ ମଝିରେ କୋହଲି କ’ଣ ଖାଉଛନ୍ତି?
କିଛି ଲୋକ ଏହାକୁ ଏକ ପ୍ରକାରର ଡ୍ରଗ୍ସ ବୋଲି ମଧ୍ୟ କହିଥିଲେ। କିନ୍ତୁ ଏହା କେବଳ ଏକ ଏନର୍ଜେଟିକ ଚକୋଲେଟ, ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇ ଖେଳ ପାଇଁ ଆବଶ୍ୟକୀୟ ତାକତ ଦେଇଥାଏ। କୋହଲିଙ୍କ ପୂର୍ବତନ ଦଳର ସାଥୀ ଏବି ଡିଭିଲିୟର୍ସ ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ, ବିରାଟଙ୍କୁ ଡାର୍କ ଚକୋଲେଟ ବେଶ ପସନ୍ଦ। ଏହି ଚକୋଲେଟ କୋହଲିଙ୍କ ଫିଟନେସ ରୁଟିନର ଏକ ଅଂଶ ବୋଲି ମନେ କରାଯାଏ। ଏହା ତାଙ୍କୁ ମ୍ୟାଚ ସମୟରେ ସତେଜ ରଖିବା ସହ ତାଙ୍କ ପ୍ରଦର୍ଶନକୁ ମଧ୍ୟ ଉନ୍ନତ କରିଥାଏ। ଏହି ଖବର। ପ୍ରଶଂସକମାନଙ୍କ ମଧ୍ୟରେ ଆଲୋଚନା ସୃଷ୍ଟି କରିଛ, ଏବଂ ଅନେକେ ଏହି ଚକୋଲେଟର ଉପକାରିତା ବିଷୟରେ ଜାଣିବାକୁ ଆଗ୍ରହୀ।