ବାଲୁକା କଳାରେ ମଧ୍ୟରେ ବିଶ୍ୱବାସୀଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ରାତି ପାହିଲେ ରଥଯାତ୍ରା। ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳାରେ ମଧ୍ୟରେ ବିଶ୍ୱବାସୀଙ୍କୁ ରଥଯାତ୍ରାର ଅଭିନନ୍ଦନ ଜଣାଇଛନ୍ତି। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀର ବାଲିଆପଣ୍ଡା ସ୍ବର୍ଣ୍ଣଭ ବେଳାଭୂମିରେ ଥିବା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ଚତୁର୍ଦ୍ଧା ମୂର୍ତ୍ତି (ପ୍ରଭୁ ଜଗନ୍ନାଥ, ବଡଭାଇ ବଲଭଦ୍ର ଓ ଦେବୀ ସୁଭଦ୍ରା) ଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି।

ଏହି ମୂର୍ତ୍ତିକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ମୂର୍ତ୍ତିଟି ୬ ଫୁଟ ଉଚ୍ଚତା ଏବଂ ୧୫ ଫୁଟ ଓସାର ବିଶିଷ୍ଟ ଅଟେ ଏବଂ ଏଥିରେ ୧୦ ଟନ ବାଲି ଉପଯୋଗ କରାଯାଇଛି।

ସେ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ପ୍ରଭୁ ସାରା ବିଶ୍ୱକୁ ଯୁଦ୍ଧର ବିଭୀଷିକାରୁ ଦୂରେଇ ରଖନ୍ତୁ ଏବଂ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ। ସେ ପବିତ୍ର ରଥଯାତ୍ରାରେ ବିଶ୍ୱକୁ ରଥଯାତ୍ରାର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।
Leave A Reply

Your email address will not be published.