‘ହାର୍ଟ ଅଫ୍ ଷ୍ଟୋନ’ ରେ ଆଲିଆ ଭଟ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କର ହଲିଉଡ ଡେବ୍ୟୁ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ହଲିଉଡ ସୁପରଷ୍ଟାର ଗଲ ଗଡୋଟଙ୍କ ସହ ଅଭିନୟ କରିଥିବା ବେଳେ ବିଭିନ୍ନ ସ୍ଥାନକୁ ଯାଇ ଫିଲ୍ମର ପ୍ରଚାର କରୁଛନ୍ତି ଆଲିଆ। ଏହି ଫିଲ୍ମଟି ଅଗଷ୍ଟ ୧୧ରେ ନେଟଫ୍ଲିକ୍ସରେ ରିଲିଜ୍ ହେବାକୁ ଥିବା ବେଳେ ସୁଟିଂ ସମୟର କଥା ମନେ ପକାଇଛନ୍ତି ଆଲିଆ।

ଏହି ଫିଲ୍ମର ସୁଟିଂ ସମୟରେ ଆଲିଆ ଗର୍ଭବତୀ ଥିଲେ। ହେଲେ ଗର୍ଭବତୀ ଥାଇ ବି ସେ ଫିଲ୍ମରେ ଥିବା ଆକ୍ସନ ଦୃଶ୍ୟର ସୁଟ୍ କରିଥିଲେ ବୋଲି କହିଛନ୍ତି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଲିଆ କହିଛନ୍ତି, ‘ହାର୍ଟ ଅଫ୍ ଷ୍ଟୋନ’ ଦ୍ବାରା ମୁଁ ହଲିଉଡରେ ଡେବ୍ୟୁ କରୁଛି। ଏହି ଫିଲ୍ମର ସୁଟିଂ ସମୟରେ ମୁଁ ଗର୍ଭବତୀ ଥିବା ଜାଣିଥିଲି। ହେଲେ ଏହା ସତ୍ତ୍ବେ ବି ମୁଁ ଫିଲ୍ମର ସୁଟିଂ କରିଥିଲି। ଫିଲ୍ମ ପାଇଁ ଆକ୍ସନ ଦୃଶ୍ୟ କରିସାରିବା ପରେ, ଏହା କରିପାରିଥିବାରୁ ମୁଁ ବହୁତ ଖୁସି ହୋଇଥିଲି। ଫିଲ୍ମର ଟିମ୍ ମୋତେ ଏହା କରିବାରେ ସାହାଯ୍ୟ କରିଥିଲେ।

ଉଲ୍ଲେଖଯୋଗ୍ୟ, ଆଲିଆ, ଅଭିନେତା ରଣବୀର କପୁରଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ଥିଲେ। ଏପ୍ରିଲ ୧୪, ୨୦୨୨ରେ ଦୁହେଁ ବିବାହ କରିଥିବା ବେଳେ ନଭେମ୍ବର ୬, ୨୦୨୨ରେ ଝିଅ ରାହାକୁ ଜନ୍ମ ଦେଇଥିଲେ ଆଲିଆ। ବିବାହ ପୂର୍ବରୁ ଗର୍ଭବତୀ ଥିବାରୁ କିଛି ଦିନ ତଳେ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ପରୋକ୍ଷରେ ଟାର୍ଗେଟ କରିଥିବା ଦେଖାଯାଇଥିଲା।

ତାପସୀ ତାଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ‘ଆସ୍କ ମିଁ ଏନିଥିଙ୍ଗ’ ସେସନ କରିଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ଆପଣ କେବେ ବିବାହ କରିବେ। ଏହାର ଉତ୍ତରରେ ତାପସୀ କହିଥିଲେ, ମୁଁ ଏଯାଏ ଗର୍ଭବତୀ ହୋଇନାହିଁ। କୌଣସି ତାରିଖ ନକହି ତାପସୀ ଏଭଳି ଜବାବ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Leave A Reply

Your email address will not be published.