ପୃଥକ୍‌ ହିଂସାକାଣ୍ଡରେ ୨ ନିହତ, ୬ ଆହତ ଓ ୬ ଘରପୋଡ଼ି :ଅଶାନ୍ତ ମଣିପୁର

ଇମ୍ଫାଲ୍‌: ମଣିପୁରର ବିଭିନ୍ନ ପ୍ରାନ୍ତରେ ସାନି ହିଂସାକାଣ୍ଡ ଘଟି ଅନ୍ୟୂନ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ନିରାପତ୍ତା କର୍ମଚାରୀଙ୍କ ସମେତ ଆଉ ୬ଜଣ ଆହତ ହୋଇଥିବା କଥା ଶୁକ୍ରବାର ରାତିରେ ପୁଲିସ କହିଛି।

ଆକ୍ରମଣକାରୀମାନେ ବିଷ୍ଣୁପୁରରେ ୬ଟି ଘର ପୋଡ଼ି ଦେଇଥିବା କଥା ମଧ୍ୟ ପୁଲିସ କହିଛି।

ପୁଲିସ କହିଛି ଯେ, ଫୌଗାକ୍‌ଚାଓ ଇଖାଇ, ହେଇକୋଲ୍‌, ବିଷ୍ଣୁପୁରର ତେରାଖୋଙ୍ଗ୍‌ସାଙ୍ଗ୍‌ବି ଏବଂ ଚୁରାଚାନ୍ଦପୁରର କାଙ୍ଗ୍‌ବାଇ ଅଞ୍ଚଳରେ ଆକ୍ରମଣକାରୀମାନେ ଗୁଳି ଚଳାଇବାରୁ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ନିରାପତ୍ତା କର୍ମଚାରୀଙ୍କ ସମେତ ଆଉ ୬ଜଣ ଆହତ ହୋଇଛନ୍ତି।

ସେହିପରି, ମଙ୍ଗଳବାର ଦିନ ହେଇକୋଲ୍‌ ଏବଂ ଫୌଗାକ୍‌ଚାଓ ଇଖାଇ ଅଞ୍ଚଳରେ ସଶସ୍ତ୍ର ଆକ୍ରମଣକାରୀମାନେ ଗୁଳି ଚଳାଇବା ବ‌େଳେ ଗୁଳି ଟୁକୁରା ବାଜି ଆହତ ହୋଇଥିବା ଜଣେ ଗ୍ରାମବାସୀଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି।

ଏହାଛଡ଼ା, ଆକ୍ରମଣକାରୀମାନେ ବିଷ୍ଣୁପୁର ଅନ୍ତର୍ଗତ ଫୌଗାକ୍‌ଚାଓ ଇଖାଇ ମାନିଙ୍ଗ୍‌ ଲେଇକାଇରେ ୬ଟି ଘର ପୋଡ଼ିପକାଇଛନ୍ତି।

କେନ୍ଦ୍ରୀୟ ବଳ ଓ ପୁଲିସ ତୁରନ୍ତ ସମ୍ପୃକ୍ତ ଅଞ୍ଚଳଗୁଡ଼ିକୁ ଯାଇ ଆକ୍ରମଣକାରୀଙ୍କୁ ପାଲଟା ଆକ୍ରମଣ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି।

ସେପଟେ, ‌‌କ୍ଷେତ୍ର ବିଶେଷରେ ପହଞ୍ଚି  ରାଜ୍ୟର ପରିସ୍ଥିତିର ମୂଲ୍ୟାୟନ କରିବା ପାଇଁ ଆଜି ‘ଅପୋଜିସନ୍‌ ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲିଏନ୍‌ସ୍‌’ (ଇଣ୍ଡିଆ) ୧୬ଟି ରାଜନୈତିକ ଦଳର ୨୦ଜଣ ସାଂସଦବିଶିଷ୍ଟ ପ୍ରତିନିଧି ଦଳ ମଣିପୁରକୁ ପଠାଇବା ପାଇଁ ସ୍ଥିର କରିଛି।

Leave A Reply

Your email address will not be published.