ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଅନ୍ଧବିଶ୍ବାସରୁ ଘଟିଛି ଏକ ଅଭାବନୀୟ କାଣ୍ଡ। ଡାହାଣୀ ସନ୍ଦେହରେ ସଂପର୍କର ସରହଦ ଡେଇଁ ମାଇଁର ମୁଣ୍ଡ କାଟିଛି ଭଣଜା । ଏଭଳି ସମ୍ବେଦନଶୀଳ ତଥା ଲୋମହର୍ଷଣ ଘଟଣା ଘଟିଛି ଜିଲ୍ଳାର ଖୁଣ୍ଟା ଥାନା ଅଧୀନ କରକଚିଆ ଗ୍ରାମରେ । ସୂଚନା ମୁତାବକ କରକଚିଆ ଗ୍ରାମର କନ୍ଦା ସିଂଙ୍କ ପୁଅ ବୁଧରାମ ଓରଫ ଶୁକୁରା (୨୮)ର ୪ ବର୍ଷର ଝିଅ ଅସୁସ୍ଥତା କାରଣରୁ ଏକ ସପ୍ତାହ ପୂର୍ବେ ମୃତ୍ୟୁବରଣ କରିଥିଲା। ତେବେ ଝିଅର ମୃତ୍ୟୁରେ ମର୍ମାହତ ଶୁକୁରା ସନ୍ଦେହ କରିଥିଲା କି ତାର ସଂପର୍କୀୟା ମାଇଁ ଡେମ୍ପର(୬୦) ଗୁଣିଗାରେଡ଼ି କରି ଝିଅକୁ ମାରି ଦେଇଛି। ସେ ସନ୍ଦେହ କରୁଥିଲା କି ଡେମ୍ପର ଜଣେ ଡାହାଣୀ ଓ ତା’ଝିଅକୁ ଖାଇଗଲା।
ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଶୁକୁରା ସମ୍ପର୍କୀୟ ମାଇଁ ସେହି ଗ୍ରାମର ଆଜି ଦିନ ପ୍ରାୟ ୧୧ ଟା ସମୟରେ କରକଚିଆ ଗ୍ରାମର ନୂଆସାହି ଛକ ନିକଟରେ ଲେପା ସିଂଙ୍କ ପତ୍ନୀ ଡେମ୍ପରର ଘରକୁ ଯାଇ ଏକ ବାର୍ଚ୍ଛାରେ ମୁଣ୍ଡ ଗଣ୍ଡିକୁ ଅଲଗା କରି ହତ୍ୟା କରିଥିଲା । ପରେ କଟା ମୁଣ୍ଡ ଓ ବାର୍ଚ୍ଛା ଧରି ଚାଲି ଚାଲି ପୁଲିସ ନିକଟରେ ସର୍ମପଣ କରିବାକୁ ଆସୁଥିବା ବେଳେ ଖବର ପାଇ ପୁଲିସ ରାସ୍ତାରୁ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଛି। ପରେ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଅବ୍ୟାହତ ରଖିଛି| ଏଥିନେଇ ଖୁଣ୍ଟା ଥାନାରେ କେସ ନଂ ୯୬/ ୨୦ରେ ଏକ ମାମଲା ରୁଜୁ କରିଛି ପୁଲିସ ।