ସାମ୍ନାକୁ ଆସିଲା ‘ଅବତାର ୩’ର ଟ୍ରେଲର, ଦମଦାର ଆକ୍ସନ ସହ…

 

ମୁମ୍ବାଇ: ହଲିଉଡର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ମାନଙ୍କ ମଧ୍ୟରୁ ଅନ୍ୟତମ ଫିଲ୍ମ ହେଉଛି ‘ଅବତାର’। ଏହାର ତୃତୀୟ ଭାଗର ଟ୍ରେଲର ରିଲିଜ୍ ହୋଇସାରିଛି।

ଫିଲ୍ମର ନିର୍ଦ୍ଦେଶକ ଜେମ୍ସ କାମେରନ୍ ପୂର୍ବରୁ ଏହାର ଦୁଇଟି ସିକ୍ୱେଲ୍ ରିଲିଜ୍ କରି ସାରିଛନ୍ତି। ଏହାର ପ୍ରଥମ ଭାଗ ‘ଅବତାର’ ନାମରେ ମୁକ୍ତିଲାଭ କରିଥିବା ବେଳେ ଦ୍ୱିତୀୟ ଭାଗ ‘ଅବତାର: ଦି ୱେ ଅଫ୍ ୱାଟର’ ନାମରେ ମୁକ୍ତିଲାଭ କରିଥିଲା। ଆଉ ଏବେ ଏହାର ତୃତୀୟ ଭାଗ ‘ଅବତାର: ଫାୟାର ଆଣ୍ଡ୍ ଆଶ୍’ ନାମରେ ମୁକ୍ତିଲାଭ କରିବା ନେଇ ସୂଚନା ମିଳିଛି।

ତେବେ ଏହି ଫିଲ୍ମର ଟ୍ରେଲରରେ ପାଣ୍ଡୋରାର ସୁନ୍ଦର ଦୁନିଆ ଦେଖାଯିବା ସହ ସେଠାରେ ବିଭିନ୍ନ ପ୍ରକାରର ପ୍ରାଣୀ ଉଡ଼ୁଥିବାର ମଧ୍ୟ ଦେଖାଯାଇଛି। ସେଠାରେ ସମସ୍ତ ପ୍ରାଣୀ ଖୁସିରେ ଥିବା ବେଳେ ପରବର୍ତ୍ତୀ ସମୟରେ ସେଠାରେ ଆକ୍ରମଣ ଏବଂ ଯୁଦ୍ଧ ଆରମ୍ଭ ହୋଇଥିବା ଟ୍ରେଲରରେ ଦୃଶ୍ୟମାନ ହୋଇଛି।

ü

ତେବେ ଜେକ୍ ସଲି ଏବଂ ତାଙ୍କ ପରିବାର ଅନ୍ୟ ଏକ ଜନଜାତି ସହିତ ଲଢ଼ୁଥିବାର ମଧ୍ୟ ଏଥିରେ ଦେଖାଯାଇଛି। ଅବତାରର ପ୍ରଥମ ଭାଗରେ ଭୂମି ସଂଘର୍ଷ ଦେଖାଯାଇଥିବା ବେଳେ ଦ୍ୱିତୀୟ ଭାଗରେ ପାଣିରେ ସଂଘର୍ଷ ଦେଖାଯାଇଥିଲା। ସେହିପରି ତୃତୀୟ ଭାଗରେ ଅଗ୍ନି ସହ ସଂଘର୍ଷ ଦେଖାଯାଇଛି।ଏଥିରେ ଜେକ୍ ସଲିଙ୍କ ପିଲାମାନଙ୍କ ପ୍ରେମକୁ ମଧ୍ୟ ଦର୍ଶାଯାଇଛି।

 

ଏହି ଫିଲ୍ମର ବଜେଟ୍ ପ୍ରାୟ ୨୧୦୦ କୋଟି ଥିବା ରିପୋର୍ଟରୁ ଜଣାପଡ଼ିଛି। ଏହା ୧୯ ଡିସେମ୍ବର ୨୦୨୫ରେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବା ନେଇ ସୂଚନା ମିଳିଛି

Leave A Reply

Your email address will not be published.