ଆସିଲା ବହୁ ପ୍ରତିକ୍ଷିତ ‘ଅସୁର-୨’ ଟିଜର: ଜାଣନ୍ତୁ କେଉଁ ତାରିଖରେ ହେବ ରିଲିଜ

୨୦୨୦ରେ ଅର୍ଶଦ ୱାରସୀ ଓ ବରୁଣ ସୋବତୀ ଅଭିନୀତ ୱେବ ସିରିଜର ସିଜିନ-୨ ଆସିବାକୁ ଯାଉଛି। ପ୍ରଥମ ସିଜିନରୁ ହିଁ ଏହାକୁ ନେଇ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା। ବର୍ତ୍ତମାନ ଏହି ସିରିଜର ସିଜିନ-୨ ଟିଜର ରିଲିଜ ହୋଇଛି ଏବଂ ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ଟ୍ରେଲର ଦେଖି ଲାଗୁଛି ‘ଅସୁର-୨’ ଦର୍ଶକଙ୍କୁ ପ୍ରଥମ ସିଜିନ୍ ପରି ଭରପୁର ମନୋରଞ୍ଜନ କରିବ।

ଅସୁର ପ୍ରଥମ ସିଜିନ୍ ଦର୍ଶକଙ୍କ ମନକୁ ଏମିତି ଛୁଇଁ ଥିଲା ଯେ, ଏହାକୁ ଦେଖିବା ପରଠାରୁ ହିଁ ‘ଅସୁର-୨’ ଅଣିବାକୁ ଦର୍ଶକେ ଦାବି କରିଥିଲେ କେବଳ ଏତିକି ନୁହେଁ ଏହାକୁ ବେଷ୍ଟ ହିନ୍ଦି ୱେବ ସିରିଜ ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ବୋଲି ମଧ୍ୟ କୁହାଯାଏ। ଏଥିରେ ବିଜ୍ଞାନ,ଧର୍ମ ଏବଂ ଅପରାଧକୁ ନେଇ ଘୁରି ବୁଲୁଥିବା ଏକ ରୋଚକ କାହାଣୀ ଦେଖିବାକୁ ମିଳିଥିଲା। ଏହା ଏକ ପ୍ରକାର ସମସ୍ତଙ୍କର ହୋସ ଉଡ଼ାଇ ଦେଇଥିଲା,ବର୍ତ୍ତମାନ ନିର୍ମାତାମାନେ ‘ଅସୁର-୨’ ସହିତ ଏହି ଉତ୍କଣ୍ଠାକୁ ଆହୁରି ଆଗକୁ ନବାକୁ ଯାଉଛନ୍ତି। ଜୁନ ୧ ତାରିଖରେ ଏହା ଓଟିଟି ପ୍ଲାଟଫର୍ମ ଜିଓ ସିନେମାରେ ରିଲିଜ ହେବ ।

Leave A Reply

Your email address will not be published.